ଓଡିଶା

odisha

ETV Bharat / state

ଆନନ୍ଦପୁରରୁ 25 ଚୋରା ବାଇକ ଜବତ - ଘଷିପୁରା ଓ କମିଶନରେଟ ପୋଲିସର ଚଢାଉ

ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଘଷିପୁରା ପୋଲିସ ଓ କମିଶନରେଟ ପୋଲିସର ମିଳିତ ଭାବେ ଚଢାଉ । 25 ଚୋରା ବାଇକ ଜବତ । ଅଧିକ ପଢ଼ନ୍ତୁ...

25 stolen bikes seized in anadpur
ପୋଲିସର ଚଢାଉ, 25 ଟି ଚୋରା ବାଇକ ଜବତ

By

Published : Oct 23, 2020, 4:09 PM IST

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଘଷିପୁରା ପୋଲିସ ଓ କମିଶନରେଟ ପୋଲିସର ମିଳିତ ଚଢ଼ାଉ । ଚୋରି ବାଇକ ଜବତ ଦିଗରେ ଘଷିପୁରା ପୋଲିସର ସଫଳତା । ଶୁକ୍ରବାର ପୋଲିସ ବିଭିନ୍ନ ଛକ ବଜାରରେ ଚଢାଉ କରି 25 ଟି ଚୋରା ବାଇକ ଜବତ କରିଛି ।

ପୋଲିସର ଚଢାଉ, 25 ଟି ଚୋରା ବାଇକ ଜବତ

ସୂଚନା ଅନୁଯାୟୀ, ଆନନ୍ଦପୁରରେ ବିଭିନ୍ନ ସମୟରେ ଚୋରା ବାଇକ ସବୁ ବିକ୍ରି କରାଯାଉଥିଲା । ଦଲାଲମାନେ ଚୋରା ବାଇକକୁ କମ ଦାମରେ ସାଧାରଣ ଲୋକଙ୍କୁ ବିକ୍ରି କରୁଥିଲେ । ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଯାହାଦ୍ବାରା ଘଷିପୁରା ପୋଲିସ ଓ କମିଶନରେଟ ପୋଲିସ ଶୁକ୍ରବାର ମିଳିତ ଭାବେ ଅନେକ ସ୍ଥାନରେ ଚଢ଼ାଉ କରିଥିଲେ । ବିଭିନ୍ନ ଛକ ବଜାରରେ ଜଗି ରହି ପୋଲିସ 25 ଟି ବାଇକ ସବୁ ଜବତ କରିଛି। ତେବେ କମିଶନରେଟ ପୋଲିସ ବାଇକଗୁଡିକୁ କଟକ ନେଇ ଯାଇଥିବା ସୂଚନା ମିଳିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details