ଓଡିଶା

odisha

By

Published : Feb 13, 2019, 7:59 AM IST

ETV Bharat / state

ଖଣିରୁ ଫେରୁଥିବାବେଳେ ବସ ଦୁର୍ଘଟଣାଗ୍ରସ୍ତ: 25 ଆହତ, 8 ଗୁରୁତର

ଆଜି ସନ୍ଧ୍ୟାରେ ଯୋଡା ବ୍ଲକ ଅନ୍ତର୍ଗତ ଏକ ଠିକା ସଂସ୍ଥାର ବସ ଏହାର କର୍ମଚାରୀଙ୍କୁ ନେଇ ଖଣ୍ଡବନ୍ଧ ଖଣିରୁ ଫେରୁଥିଲା । ଏହି ସମୟରେ ଖଣ୍ଡବନ୍ଧ ବସ୍ତି ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
କେନ୍ଦୁଝର: ଖଣିରୁ କାମ ସାରି ଫେରୁଥିବାବେଳେ ଘଟିଛି ଅଘଟଣ । କର୍ମଚାରୀଙ୍କୁ ନେଇ ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ 25 ଜଣ ଆହତ ହୋଇଥିବାବେଳେ 8 ଜଣ ଗୁରୁତର ହୋଇଛନ୍ତି ।

ଆଜି ସନ୍ଧ୍ୟାରେ ଯୋଡା ବ୍ଲକ ଅନ୍ତର୍ଗତ ଏକ ଠିକା ସଂସ୍ଥାର ବସ ଏହାର କର୍ମଚାରୀଙ୍କୁ ନେଇ ଖଣ୍ଡବନ୍ଧ ଖଣିରୁ ଫେରୁଥିଲା । ଏହି ସମୟରେ ଖଣ୍ଡବନ୍ଧ ବସ୍ତି ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏଥିରେ ଥିବା ୨୫ରୁ ଉର୍ଦ୍ଧ୍ବ କର୍ମଚାରୀ ଆହତ ହୋଇଛନ୍ତି । ଏହାସହ ୮ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି ।

ସମସ୍ତ ଆହତଙ୍କୁ ଯୋଡା ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି । ଏମାନେ ସମସ୍ତେ ଟିପିଏଲ କମ୍ପାନୀର କର୍ମଚାରୀ ବୋଲି ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ ବସରେ ସିଟ ସଂଖ୍ୟାରୁ ଅଧିକ କର୍ମଚାରୀ ବସିଥିବା ଜଣାପଡିଥିବାବେଳେ ଯୋଡା ପୋଲିସ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details