କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲାରେ 24 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 24 ଜଣଙ୍କ ମଧ୍ୟରୁ 5 ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଉକ୍ତ 24 ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କୋଭିଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି ।
24 ଆକ୍ରାନ୍ତଙ୍କ ମଧ୍ୟରୁ 5 ଜଣ ବଡବିଲ ପୌରପାଳିକା, ଜଣେ କୋରୋନା ଯୋଦ୍ଧା, ୧୮ ଜଣ ( ଚମ୍ପୁଆ, ସାହାରପଡା, ସଦର, ହାଟଡିହି ଓ ଯୋଡ଼ା ) ବ୍ଲକର ଟିଏମସିରେ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।