କେନ୍ଦୁଝର: ଜିଲ୍ଲାରତେଲକୋଇ ବ୍ଲକ ଅନ୍ତର୍ଗତ ରାଣିବେଡା ମହାପାଟ ଉଚ୍ଚବିଦ୍ୟାଳୟର 23 ଛାତ୍ର ଅସୁସ୍ଥ । ହଷ୍ଟେଲରେ ଦୂଷିତ ପାଣି ପିଇ ୨୩ ଜଣ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ତେଲକୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ମହାପାଟ ଉଚ୍ଚବିଦ୍ୟାଳୟରେ ଝାଡାବାନ୍ତି, ୨୩ ଆକ୍ରାନ୍ତ
ରାଣିବେଡା ମହାପାଟ ଉଚ୍ଚବିଦ୍ୟାଳୟରେ ଝାଡାବାନ୍ତି ଯୋଗୁଁ ୨୩ ଛାତ୍ର ଆକ୍ରାନ୍ତ । ଦୂଷିତ ପାଣି ଯୋଗୁଁ ଝାଡାବାନ୍ତି ହୋଇଥିବା ସୂଚନା । ଆଗକୁ ପଢନ୍ତୁ...
ମହାପାଟ ଉଚ୍ଚବିଦ୍ୟାଳୟରେ ଝାଡା ବାନ୍ତି,
ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଗାଁରେ ବସୁଧା ଯୋଜନାରେ ବସିଥିବା ପାନୀୟ ଜଳ ପ୍ରକଳ୍ପ ଟାଙ୍କିରୁ ଆସୁଥିବା ପାଣି ପିଇ ଏଭଳି ଘଟଣା ଘଟିଥିବା ଛାତ୍ର ପ୍ରକାଶ କରିଛନ୍ତି । ବର୍ତ୍ତମାନ ସବୁ ଆକ୍ରାନ୍ତ ଛାତ୍ରଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ