କେନ୍ଦୁଝର: ଜିଲ୍ଲାରେ ଆଜି (ଗୁରୁବାର) ଆଉ ୨୩ ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଥିବା ବେଳେ ୪ଜଣ ଟିଏମସିରୁ ଆକ୍ରନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ଟ୍ୱିଟ କରି ଜଣାଇଛି । ଏହି ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ହାଟଡିହିରୁ ସର୍ବାଧିକ ୭ ଜଣ ଚିହ୍ନଟ ହୋଇଥିବାବେଳେ, ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ଆନନ୍ଦପୁର ପୌରପାଳିକାରୁ ୩ ଜଣ, ଯୋଡ଼ା ବ୍ଲକରୁ ୪, ସଦର ବ୍ଲକରୁ ୨ ଝୁମ୍ପୁରା ଓ ଚମ୍ପୁଆ ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଟିଏମସିର ଯୋଡ଼ା, ସଦର, ତେଲକୋଇ ଓ ଘଟଗାଁରୁ ଜଣେ ଲେଖାଏଁ ଥିବା ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ କୋଭିଡ ମେଡିକାଲକୁ ପଠେଇ ଦିଆଯାଇଛି। ଜିଲ୍ଲାରେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ୧୧୧୦ରେ ପହଁଚିଛି ।