କେନ୍ଦୁଝର: ଦାବି ଜଣାଇଲେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ 221 ଜଣ ଆଇସିଟି ପ୍ରଶିକ୍ଷିକ । ସରକାର କମ୍ପ୍ୟୁଟିକରଣ କରିବା ପାଇଁ ସବୁ ସ୍କୁଲରେ କମ୍ପୁଟର ଶିକ୍ଷା ପାଇଁ ବ୍ୟବସ୍ଥା କରିବା ସହ ପ୍ରଶିକ୍ଷକ ନିଯୁକ୍ତି କରି 2014 ରୁ ପିଲାଙ୍କୁ ଶିକ୍ଷାଦାନ କରି ଆସୁଥିଲେ । କେନ୍ଦୁଝର ଜିଲ୍ଲାରେ 221 ଜଣ ପ୍ରଶିକ୍ଷକ ଠିକା କର୍ମଚାରୀରେ ନିଯୁକ୍ତି ପାଇଲେ ମାତ୍ର 2019 ମସିହାରେ ସମସ୍ତଙ୍କୁ ଛଟେଇ କରିବା ପରେ ସମସ୍ତ ପ୍ରଶିକ୍ଷକ ବେରୋଜଗାର ହୋଇଗଲେ ।
ଆଇସିଟି ଶିକ୍ଷକ ଛଟେଇ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବି ଜଣାଇଲେ 221 ପ୍ରଶିକ୍ଷିକ - ଜିଲ୍ଲା ଶିକ୍ଷା ଅଧିକାରୀ
ଦାବି ଜଣାଇଲେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ 221 ଜଣ ଆଇସିଟି ପ୍ରଶିକ୍ଷିକ । ପୁନଃ ନିଯୁକ୍ତି ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ । ଅଧିକ ପଢନ୍ତୁ...
ଆଇସିଟି ଶିକ୍ଷକ ଛଟେଇ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବି ଜଣାଇଲେ 221 ପ୍ରଶିକ୍ଷିକ
ଏଭଳି ସ୍ଥିତିରେ ଆଜି(ବୁଧବାର) ଏହି ଆଇସିଟି ଶିକ୍ଷକମାନେ ଏକ ରାଲିରେ ଆସି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ଏବଂ ପୁନଃ ନିଯୁକ୍ତି ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲ୍ଲାପାଳ ଓ ବିଧାନସଭା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ