ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ ନିକଟରେ 221 ଆଇସିଟି ପ୍ରଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ଦାବି - କେନ୍ଦୁଝରରେ 221 ଆଇସିଟି ପ୍ରଶିକ୍ଷକ ଦାବି

କେନ୍ଦୁଝର ଜିଲ୍ଲାରେ ଛଟେଇ ହୋଇଥିବା 221 ଜଣ ଆଇସିଟି ପ୍ରଶିକ୍ଷକ ଜିଲ୍ଲାପାଳଙ୍କ ନିକଟରେ ନିଯୁକ୍ତି ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

221 ଆଇସିଟି ପ୍ରଶିକ୍ଷକଙ୍କ ଜିଲ୍ଲାପାଳଙ୍କ ନିକଟରେ ସ୍ଥାୟୀନିଯୁକ୍ତି ଦାବି
221 ଆଇସିଟି ପ୍ରଶିକ୍ଷକଙ୍କ ଜିଲ୍ଲାପାଳଙ୍କ ନିକଟରେ ସ୍ଥାୟୀନିଯୁକ୍ତି ଦାବି

By

Published : Feb 26, 2021, 10:50 AM IST

Updated : Feb 26, 2021, 10:56 AM IST

କେନ୍ଦୁଝର:କମ୍ପ୍ୟୁଟିକରଣ କରିବା ପାଇଁ ସବୁ ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ପାଇଁ ବ୍ୟବସ୍ଥା କରିବା ସହ ପ୍ରଶିକ୍ଷକ ନିଯୁକ୍ତି କରି 2014ରୁ ପିଲାଙ୍କୁ ଶିକ୍ଷାଦାନ କରି ଆସୁଥିଲେ । ଜିଲ୍ଲାରେ 221 ଜଣ ପ୍ରଶିକ୍ଷକଙ୍କୁ ଛଟେଇ କରିବା ପରେ ସେମାନେ ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

ଜିଲ୍ଲାପାଳଙ୍କ ନିକଟରେ 221 ଆଇସିଟି ପ୍ରଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ଦାବି

ଜିଲ୍ଲାରେ 221 ଜଣ ପ୍ରଶିକ୍ଷକ କମ୍ପ୍ୟୁଟର ଶିକ୍ଷା ପାଇଁ ଠିକା କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ । ମାତ୍ର 2019 ମସିହାରେ ସମସ୍ତଙ୍କୁ ଛଟେଇ କରିବା ପରେ ସମସ୍ତ ପ୍ରଶିକ୍ଷକ ବେରୋଜଗାର ହୋଇଗଲେ । ଏଥିଲାଗି ପୂର୍ବରୁ ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସଙ୍ଘ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । କିନ୍ତୁ ଏହି ଆଇସିଟି ଶିକ୍ଷକମାନେ ରାଲିରେ ଆସି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ପୁନଃ ନିଯୁକ୍ତି ପାଇଁ ଦାବି କରିଛନ୍ତି ।

ଏହାସହିତ ଜିଲ୍ଲାରେ ଖଣିଜ ପାଣ୍ଠିର ସହାୟତାରେ ଏହି ଶିକ୍ଷକଙ୍କୁ ପୁନଃ ଥଇଥାନ ଦାବି ହୋଇଛି । ତେବେ ଦାବି ପୂରଣ ନହେଲେ ଆଗାମୀ ଦିନରେ ବିଧାନସଭା ଘେରାଉ ସହ ପୂର୍ଣ୍ଣାହୁତି ଦେବେ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Feb 26, 2021, 10:56 AM IST

For All Latest Updates

ABOUT THE AUTHOR

...view details