ଓଡିଶା

odisha

ETV Bharat / state

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଲୁଟ୍ - ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍‌

ବନ୍ଧୁକ-ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପରୁ ୨୦ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ତେଲ ପକାଇବା ବାହାନାରେ ଆସି ପେଟ୍ରୋଲ ପମ୍ପରେ ଲୁଟେରାମାନେ ଘଟାଇଥିଲେ ଏଭଳି ଘଟଣା । ଅଧିକ ପଢ଼ନ୍ତୁ

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟ୍
ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟ୍

By

Published : Mar 21, 2022, 12:37 PM IST

କେନ୍ଦୁଝର:ବନ୍ଧୁକ-ଭୁଜାଲି ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟି ନେଲେ ୨୦ ଲକ୍ଷ ଟଙ୍କା । ତେଲ ପକାଇବା ବାହାନାରେ ଆସି ପେଟ୍ରୋଲ ପମ୍ପରେ ଲୁଟେରାମାନେ ଘଟାଇଥିଲେ ଏଭଳି ଘଟଣା । ଆଜି ଭୋର ୪ଟାରେ କେନ୍ଦୁଝର ସଦର ବ୍ଲକ ପଦ୍ମପୁର ନିକଟସ୍ଥ ଜଡ଼ିଚାତର ଆଲିଆନ୍ସ ମେଣ୍ଟାଲ ପିଭିଟି ଏଲଟିଡି ରିଲାଏନ୍ସ ପେଟ୍ରୋଲ ପମ୍ପକୁ ପଦ୍ମପୁର ପଟୁ ଏକ ପଲସର ଏବଂ କେଟିଏମ୍ ବାଇକରେ ୬ଜଣ ଲୁଟେରା ମୁଖାପିନ୍ଧି ଆସି ଲୁଟପାଟ୍‌ କରିଛନ୍ତି ।

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଟଙ୍କା ଲୁଟ୍

ସୂଚନା ଅନୁସାରେ, ମୁଖାପିନ୍ଧା ୬ ଲୁଟେରା ଆସି ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଥିବା ଜୟପ୍ରକାଶ ଦେହୁରୀ, ତପନ ଖଟୁଆଙ୍କୁ ବାଇକରେ ପେଟ୍ରୋଲ ପକାଇବା ପାଇଁ କହିଥିଲେ । ତେବେ ବାଇକରେ ପେଟ୍ରୋଲ ପକାଉଥିବା ସମୟରେ ହଠାତ୍ ସେଠାକାର ସୁରକ୍ଷାକର୍ମୀ ମଧୁସୂଦନ ଆପଟ୍ଟ ଏବଂ ଉଭୟ ଦୁଇ କର୍ମଚାରୀଙ୍କୁ ଲୁଟେରାମାନେ ଭୁଜାଲି ଦେଖାଇ ପେଟ୍ରାଲ ପମ୍ପ କାର୍ଯ୍ୟାଳୟ ମ୍ୟାନେଜରଙ୍କ ପାଖକୁ ନେଇଯାଇଥିଲେ । ମ୍ୟାନେଜର ଶୈଳେଶ ମହାନ୍ତିଙ୍କୁ ମଧ୍ୟ ବନ୍ଧୁକ-ଭୁଜାଲି ଦେଖାଇ ୨୦ ଲକ୍ଷ ଟଙ୍କା ମାଗିଥିଲେ । ଟଙ୍କା ଧରିବା ପରେ ବଡ଼ବିଲ ଅଭିମୁଖେ ପଳାଇଯାଇଥିଲେ ଲୁଟେରାମାନେ ବୋଲି ପେଟ୍ରୋଲ ପମ୍ପରେ ଉପସ୍ଥିତ ଥିବା କର୍ମଚାରୀ ମାନେ କହିଛନ୍ତି ।

ସେପଟେ ଘଟଣାକୁ ନେଇ ପେଟ୍ରୋଲ ପମ୍ପ ମାଲିକ ଏନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ତୁରନ୍ତ ଥାନା ଅଧିକାରୀ ଜୟନାରାୟଣ ଖଣ୍ତାଇ, ଏସଆଇ ସୂର୍ଯ୍ୟ କୁମାର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ପେଟ୍ରୋଲ ପମ୍ପର ସିସିଟିଭି ୧୦ଦିନ ହେବ ଖରାପ ହୋଇଯାଇଥିବାରୁ ଲୁଟେରାଙ୍କର କିଛି ସୁରାଗ ମିଳିପାରିନି । ପଦ୍ମପୁର ଅଞ୍ଚଳରେ ବର୍ତ୍ତମାନ ଚୋରି, ଡକାୟତି, ରାଜହାନୀ ଭଳି ଅପରାଧ ବଢ଼ିବାକୁ ଲାଗୁଛି । ତେଣୁ ଜିଲ୍ଲା ପୋଲିସ ପ୍ରଶାସନ ଘଟୁଥିବା ଏହି ଅପରାଧ ପ୍ରତି ଅଧିକ ଗୁରୁତ୍ବ ଦେବା ସହ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details