ଓଡିଶା

odisha

ETV Bharat / state

ଭୁଜାଲୀରେ ଆକ୍ରମଣରେ ୨ ଗୁରୁତର

ଭୁଜାଲୀ ଆକ୍ରମଣରେ 2 ଗୁରୁତର । ମଦ ପିଇବାକୁ ବିରୋଧ କରିବାରୁ ମଦ୍ୟପଙ୍କ ଉନ୍ମତ୍ତକାଣ୍ଡ । ଭୁଜାଲୀରେ ଜଣେ ଯୁବକ ଓ ମହିଳାଙ୍କୁ କରିଥିଲା ଆକ୍ରମଣ ।

By

Published : Jul 18, 2019, 6:26 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର


କେନ୍ଦୁଝର: ଜିଲ୍ଲାର ଯୋଡ଼ା ଲେଙ୍ଗଡ଼ା ହଟିଂରେ ଭୁଜାଲୀ ମାଡ଼ରେ ଜଣେ ମହିଳାଙ୍କ ସମେତ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ସୁରେନ୍ଦ୍ର ପୂର୍ତ୍ତୀ ଏବଂ ମହିଳା ରୁକ୍ମଣୀ ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଯୋଡ଼ା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କେନ୍ଦୁଝର

ସୁରେନ୍ଦ୍ରଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା ବେଳେ, ରୁକ୍ମଣୀଙ୍କ ମୁଣ୍ଡରେ କ୍ଷତ ହୋଇଛି । ନାଣ୍ଡୁ ନାମକ ଜଣେ ଯୁବକ ତାର ସାଙ୍ଗଙ୍କ ସହ ହଟିଂରେ ବସି ମଦ ପିଉଥିଲା । ଏହାକୁ ବିରୋଧ କରିବାରୁ ସୁରେନ୍ଦ୍ର ପୂର୍ତ୍ତୀ ଓ ରୁକ୍ମଣୀ ପାତ୍ର ଆକ୍ରମଣର ଶିକାର ହୋଇଥିଲେ । ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details