କେନ୍ଦୁଝର: ଜିଲ୍ଲାରେ ପୁଣି ଦେଖିବାକୁ ଏକ ଆଶ୍ଟର୍ଯ୍ୟ ଚକିତ କଲାଭଳି ଦୃଶ୍ୟ । ପୁଣି ଜନ୍ମ ନେଇଛନ୍ତି ଦୁଇଟି ମୁଣ୍ଡ ଥିବା ଶିଶୁ ପୁତ୍ର । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଅଧିନ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ତେବେ ଆଜି (ଶନିବାର) ସକାଳ ସମୟରେ ହସ୍ପିଟାଲ ପରିସରରେ ଏକ ଅଦ୍ଭୁତ ବିରଳ ଶିଶୁ ପୁତ୍ର ଜନ୍ମ ହୋଇଥିବା ଶିଶୁଟିର ଦୁଇଟି ମୁଣ୍ଡ ଥିବା ଦେଖିବାକୁ ମିଳିଛି ।
ତେବେ ଦୁଇଟି ମସ୍ତକ ଥିବା ଅଦ୍ଭୁତ ପୁତ୍ର ଶିଶୁକୁ ଦେଖିବା ପାଇଁ କିଛି ସମୟ ସ୍ଥାନୀୟ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ସୂଚନାନୁସାରେ ଠାକୁରପଡା ଗ୍ରାମ ପଞ୍ଚାୟତ ରାଇଡିହା ଗ୍ରାମର ମୂରଲୀଧର ନାଏକଙ୍କ ପତ୍ନୀ ବାସନ୍ତୀ ନାଏକଙ୍କ ପ୍ରସବ ବେଦନା ହେବା ପରେ ଶୁକ୍ରବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।