କେନ୍ଦୁଝର: ସହର ମଧ୍ୟ ଦେଇ ଯାଉଥିବା ଦୁଇଟି ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ । ବଜରଙ୍ଗ ଦଳ ଏହି ଗୋରୁ ବୋଝେଇ କଣ୍ଟେନରକୁ ଧରିଥିବା ଜଣାପଡିଛି । ତେବେ ବେଆଇନ ଭାବେ ଏହି ଗୋରୁଗୁଡିକୁ ପଶ୍ଚିମବଙ୍ଗ ନିଆଯାଉଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଗୋରୁଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ବଜରଙ୍ଗଦଳ । ଆଜି(ଶୁକ୍ରବାର) ସହରର ଗାନ୍ଧୀ ଛକ ଠାରେ ବଜରଙ୍ଗ ଦଳର ନେତାମାନେ ଏହି ଗାଡିଗୁଡିକୁ ଅଟକାଇ ଥିଲେ । ପରେ କଣ୍ଟେନର ଖୋଲିବାରୁ ସେଥିରେ ଏକାଧିକ ଗାଈ ଚାଲାଣ ହେଉଥିବା ଜଣାପଡିଥିଲା । ତେବେ ଘଟଣାସ୍ଥଳରେ ଜନସାଧାରଣଙ୍କ ଭିଡ ଜମିବାରୁ ଟାଉନ ଥାନା ପୋଲିସ ପହଞ୍ଚି ଦୁଇଟି କଣ୍ଟେନରକୁ ଜବତ କରି ଥାନାକୁ ନେଇଛି । ଅନ୍ୟପଟେ ଘଟଣା ପରେ ସ୍ଥାନୀୟ ଲୋକେ ଥାନାରେ ଉତ୍ତେଜନା ସୃଷ୍ଟି କରି ଥିବାବେଳେ ପୋଲିସ ସେମାନଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ।