ଓଡିଶା

odisha

ETV Bharat / state

ଦିଅର କଲା ଦୁଷ୍କର୍ମ ଭିଡିଓ କଲା ସ୍ବାମୀ

ଦିଅର କଲା ଦୁଷ୍କର୍ମ । ମୋବାଇଲରେ ସଟ୍ ନେଲା ସ୍ବାମୀ । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

By

Published : Jun 29, 2019, 11:23 PM IST

Updated : Jun 29, 2019, 11:34 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଦିଅର ଦୁଷ୍କର୍ମ କରିବା ଘଟଣା । ଅଭିଯୁକ୍ତ ସ୍ବାମୀ ଓ ଦିଅରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପଟେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି ।

ସ୍ବାମୀ ନାଁରେ କଳଙ୍କ । ପଶୁଠୁ ବି ହୀନ ପାଲଟି ଯାଇଥିଲା ମଣିଷର ଆଚରଣ । ଦୁଷ୍କର୍ମ କରୁଥିଲା ଦିଅର । ଭିଡିଓ ଉତ୍ତୋଳନ କରୁଥିଲା ସ୍ବାମୀ । ଯାହାକୁ ଜନ୍ମଜନ୍ମାନ୍ତର ପାଇଁ ସୁରକ୍ଷା ଦେବା କଥା, ତାର ଇଜ୍ଜତ ବିକ୍ରୀ କରୁଥିଲା । ଏପଟେ ମାତୃତୁଲ୍ୟ ଭାଉଜଙ୍କୁ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଦିଅର । କେନ୍ଦୁଝର ଘଷିପୁରାରେ ଘଟିଥିବା ଏ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଏବେ ଚହଳ ପକାଇ ଦେଇଛି ।

ଅଭିଯୋଗ ମୁତାବକ, ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳରୁ ଅଭିଯୁକ୍ତ ଯୁବକ, ତାଙ୍କ ସ୍ତ୍ରୀ ଏବଂ ସାନ ଭାଇ କୌଣସି କାମ ପାଇଁ ଆସିଥିଲେ । ସାନଭାଇ ଦ୍ବାରା ସ୍ତ୍ରୀ ଦୁଷ୍କର୍ମର ଶୀକାର ହୋଇଥିଲେ । ଏପଟେ ପ୍ରତିବାଦ ନକରି ଭିଡିଓ ଉତ୍ତୋଳନରେ ଲାଗିପଡିଥିଲେ ପୀଡିତାଙ୍କ ସ୍ବାମୀ । ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ଅଭିଯୁକ୍ତ ସ୍ବାମୀ ଓ ଦିଅରକୁ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Jun 29, 2019, 11:34 PM IST

For All Latest Updates

ABOUT THE AUTHOR

...view details