କେନ୍ଦୁଝର: ଜିଲ୍ଲାରେ ଶନିବାର ପୁଣି 14 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସମସ୍ତ ଆକ୍ରାନ୍ତ ବଡବିଲ ସହରର ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଟ୍ବିଟ୍ ଯୋଗେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ଼ ମେଡ଼ିକାଲକୁ ପଠେଇ ଦିଆଯାଇଛି । ଶନିବାର ଚିହ୍ନଟ 14 ଆକ୍ରାନ୍ତଙ୍କ ପରେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 292ରେ ପହଞ୍ଚିଛି । ଏଥିମଧ୍ୟରୁ 147 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୧୪୫ଟି ମାମଲା ଏବେ ବି ସକ୍ରିୟ ରହିଛି ।