ଓଡିଶା

odisha

ETV Bharat / state

କୋରୋନା ଚିକିତ୍ସା ପାଇଁ ଶତାୟୁ ମହିଳା ଦାନ କଲେ ଏକ ଲକ୍ଷ ଟଙ୍କା - କେନ୍ଦୁଝର

ଦିନକୁ ଦିନ କୋରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି । କେନ୍ଦୁଝର ସହରର ସମାଜସେବୀ ଭାବେ ପରିଚିତ ଶତାୟୁ ମହିଳା ରାଧାମଣି ପଣ୍ଡା ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି । ଅଧିକ ଖବର ପଢନ୍ତୁ...

କୋରୋନା ଚିକିତ୍ସା ପାଇଁ ଶତାୟୁ ମହିଳାଙ୍କ ଏକ ଲକ୍ଷ ଟଙ୍କା ଦାନ
କୋରୋନା ଚିକିତ୍ସା ପାଇଁ ଶତାୟୁ ମହିଳାଙ୍କ ଏକ ଲକ୍ଷ ଟଙ୍କା ଦାନ

By

Published : Aug 20, 2020, 3:38 PM IST

କେନ୍ଦୁଝର: ଦିନକୁ ଦିନ କୋରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି । ଏହି ମହମାରୀ ସମୟରେ ସରକାରଙ୍କୁ ଜନସାଧାରଣ ମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି । ବଡ଼ ବଡ଼ ଶିଳ୍ପପତିଙ୍କ ଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ମୁକ୍ତ ହସ୍ତରେ ଦାନ କରିବା ଜାରି ରଖିଛନ୍ତି । ଏହି ମହତ କାମରେ ସାମିଲ ହୋଇଛନ୍ତି ଜଣେ ଶତାୟୁ ମହିଳା ।

କୋରୋନା ଚିକିତ୍ସା ପାଇଁ ଶତାୟୁ ମହିଳାଙ୍କ ଏକ ଲକ୍ଷ ଟଙ୍କା ଦାନ

କେନ୍ଦୁଝର ସହରର ସମାଜସେବୀ ଭାବେ ପରିଚିତ ଶତାୟୁ ମହିଳା ରାଧାମଣି ପଣ୍ଡା ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି । ନିଜ ଝିଅ ଜ୍ବାଇଁଙ୍କ ସହ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଉପଜିଲ୍ଲାପାଳଙ୍କ ଜରିଆରେ ପିଏମ କେୟାର ଫଣ୍ଡ କୁ ତାଙ୍କର ସଞ୍ଚିତ ଧନକୁ ଦାନ କରିଥିଲେ ରାଧାମଣି ।

ଏହି ଦାନ କରିଥିବା ଟଙ୍କାକୁ କୋଭିଡ଼୧୯ ର ଚିକିତ୍ସାରେ ସହଯୋଗ କରିବ ବୋଲି ଆଶା ରଖିଛନ୍ତି ରାଧାମଣି । ଏହି ଶତାୟୁ ମହିଳାଙ୍କ ଦାନ ସମୟରେ ସଦର ବିଧାୟକ ମୋହନ ଚରଣ ମାଝୀ ଉପସ୍ଥିତ ଥିବା ବେଳେ ରାଧାମଣିଙ୍କ ଏହି ଦାନକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ । ରାଧାମଣିଙ୍କ ଏହି ପରିଣତ ବୟସରେ ଦାନ ମନୋଭାଵ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ବିଧାୟକ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details