ଓଡିଶା

odisha

ETV Bharat / state

ବନବିଭାଗର ଚଢାଉ, ଦେଢଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଶାଳକାଠ ଜବତ - keonjhar

ଆନନ୍ଦପୁର ଡିଏଫଓ ଅଜିତ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ହରିଚନ୍ଦନପୁର ବନ ବିଭାଗର ଚଢାଉ ବେଳେ ଜବତ ହୋଇଛି ଦେଢଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଶାଳକାଠ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : May 2, 2019, 2:49 PM IST

କେନ୍ଦୁଝର: ୧ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ଶାଳ କାଠ ଜବତ । ଆନନ୍ଦପୁର ଡିଏଫଓ ଅଜିତ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ହରିଚନ୍ଦନପୁର ବନ ବିଭାଗର ଚଢାଉ ବେଳେ ଜବତ ହୋଇଛି କାଠ । ଜବତ ହୋଇଥିବା କାଠକୁ ଟ୍ରାକ୍ଟର ଯୋଗେ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାନୁଯାୟୀ ଦେଉଗାଁ ରେଞ୍ଜ ହରିଚନ୍ଦନପୁର ବନପାଳ ଅଧିନସ୍ଥ ଧୋରଡିଆମ୍ବ ଗ୍ରାମ ମୁଣ୍ଡୁରଳରୀ ସାହି ନିକଟସ୍ଥ ଜଙ୍ଗଲରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ମୂଲ୍ୟବାନ ଶାଳ କାଠ ଜବତ କରାଯାଇଛି ।

ତେବେ ବୁଧବାର ଦିନ ଉକ୍ତ ଜଙ୍ଗଲରୁ ମୂଲ୍ୟବାନ ଶାଳକାଠ କଟାଯାଇ ଅନ୍ୟତ୍ର ଚୋରା ଚାଲାଣ କରାଯିବାର କୌଣସି ସୂତ୍ରରୁ ଡିଏଫଓ ଖବର ପାଇଥିଲେ । ଖବର ପାଇବା ପରେ କାଠ ସହ ମାଫିଆଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ବୁଧବାର ଠାରୁ ଉଦ୍ୟମ ଜାରି ରହିଥିଲା । ହେଲେ କାଠ ମାଫିଆ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଉକ୍ତ କାଠକୁ ଗୁରୁବାର ଦିନ ଜବତ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details