କେନ୍ଦ୍ରାପଡା: ମାର୍ଶାଘାଇ ଥାନା ସମ୍ମୁଖରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଆମରଣ ଅନଶନ। ସାଧାରଣ ଲୋକଙ୍କୁ ନ୍ୟାୟ ଦାବିରେ ଅନଶନରେ ବସିଛନ୍ତି ।
କେନ୍ଦ୍ରାପଡା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ୨୧ ନମ୍ବର ଜିଲ୍ଲାପରିଷଦ ଜୋନର ବିଭିନ୍ନ ପଞ୍ଚାୟତର ସାଧାରଣ ଲୋକେ ମାର୍ଶାଘାଇ ଥାନାରୁ ନ୍ୟାୟ ପାଉନଥିବା ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା ପରିଷଦ ସଦସ୍ୟ ଦେବବ୍ରତ ଚୈଧୁରୀ ମାର୍ଶାଘାଇ ଥାନା ଆଗରେ ଆମରଣ ଅନଶନରେ ଅନଶନରେ ବସିଥିଲେ। ଗତ 4 ବର୍ଷ ଧରି ଏହି ଅଞ୍ଚଳର ସାଧାରଣ ଲୋକେ ପୋଲିସ ପାଖରୁ ନ୍ୟାୟ ପାଉନଥିବା ବେଳେ ମାଫିଆଙ୍କ ସହ ସମ୍ପର୍କ ରଖି ପୋଲିସ ସ୍ଥାନୀୟ ଲୋକଙ୍କୁ ହଇରାଣ ହରକତ କରୁଥିବା ନେଇ ଚୌଧୁରୀ ଅଭିଯୋଗ କରିଛନ୍ତି ।