କେନ୍ଦ୍ରାପଡା: ବିଜେଡି ସମର୍ଥିତ ଆଳି ନିର୍ବାଚନ ମଣ୍ଡଳୀ ୨ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥି ଭୀଷ୍ମ ମହାନ୍ତିଙ୍କ ଦ୍ୱାରା ନିର୍ବାଚନ କମିଶନଙ୍କ କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରିଛନ୍ତି ସିପିଆଇଏମ ଜିଲ୍ଲା ସମ୍ପାଦକ। ଜିଲ୍ଲା ପରିଷଦ ପ୍ରାର୍ଥୀ ଭୀଷ୍ମ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଜର ଶତାଧିକ ସମର୍ଥକଙ୍କୁ ଧରି ବିଭିନ୍ନ ନାରାବାଜି କରିବା ସହ ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳଙ୍କ ନିକଟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ।
ତେବେ ଏନେଇ ଭୀଷ୍ମଙ୍କୁ ପଚାରିବାରୁ ସେ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିଥିବା କହିଛନ୍ତି । ସେପେଟେ ସିପିଆଇଏମ ସମ୍ପାଦକ ଭୀଷ୍ମ କେତେ କଟକଣା ରକ୍ଷା କରିଛନ୍ତି ତାହା ସାଧାରଣ ଲୋକେ ଓ କ୍ୟାମେରା କହିବ ବୋଲି କହିଛନ୍ତି।