କେନ୍ଦ୍ରାପଡ଼ା: ନିୟମିତ ଓ ବାରମ୍ବାର ବ୍ୟାୟାମ ଦ୍ବାରା ଶରୀରର ରୋଗ ପ୍ରତିଶେଧକ ଶକ୍ତି ବୃଦ୍ଧି ହୋଇଥାଏ । ଓଜନ କମାଇବା ବା ସ୍ଥିର ରଖିବା, ମାଂସପେଶୀ ସୁଦୃଢ଼ କରିବା ଦିଗରେ ସହାୟକ ହୋଇଥାଏ ବ୍ୟାୟାମ । ଏନେଇ ରାଜ୍ୟର ପ୍ରଥମ ଗ୍ରାମୀଣ ଜିମ୍ ଓ ଯୋଗ ସେଣ୍ଟର ପ୍ରତିଷ୍ଠା କରି ଚର୍ଚ୍ଚାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । ଗରଦପଡ଼ା ପାଖଡ଼ ପଞ୍ଚାୟତରେ ରାଜ୍ୟର ପ୍ରଥମ ଗ୍ରାମୀଣ ଜିମ୍ ପ୍ରତିଷ୍ଠା ହୋଇଛି । ଏହି ଜିମ୍ ସେଣ୍ଟରକୁ ନେଇ ସ୍ଥାନୀୟ ଲୋକ ଓ ଯୁବ ବର୍ଗ ଉତ୍ସାହିତ ହୋଇ ରହିଛନ୍ତି ।
ପାଖଡ଼ପଡ଼ା ପଞ୍ଚାୟତରେ ଥିବା ଗ୍ରାମୀଣ ଜିମ୍ ସେଣ୍ଟର ବା ବ୍ୟାୟାମଶାଳା କୌଣସି ସହରାଞ୍ଚଳ ଜିମ୍ ସେଣ୍ଟରଠାରୁ କମ୍ ନୁହେଁ । ଏଠାରେ ଜିମ୍ ଟେନିଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ରହିଛି । ପ୍ରାଥମିକ ପର୍ଯ୍ୟାୟରେ ଜିମ୍ ସେଣ୍ଟର ପାଇଁ ୫ ଲକ୍ଷ୍ୟ ଟଙ୍କାର ସାମଗ୍ରୀ କ୍ରୟ କରାଯାଇଛି । ଏଥିରେ ଜିମ୍ ସାଇକେଲ୍, ଡମ୍ବଲ, ପୁଶ୍ଅଫ୍ ସିଟ୍, ୱେଟ୍ ଲିଫ୍ଟିଂ ଭଳି ଆଧୁନିକ ସାମଗ୍ରୀ ସାମିଲ ରହିଛି । ଜିମ୍ ସେଣ୍ଟରରେ ଟ୍ରେନିଙ୍କୁ ଟେନିଂ ଦେବାକୁ ଟ୍ରେନର ମଧ୍ୟ ରହିବେ । ତାସହ ଗ୍ରାମର ଜଣେ ଶିକ୍ଷକ ଯୋଗଶିକ୍ଷା ମଧ୍ୟ ଦେବେ । ଗ୍ରାମୀଣ ଜିମ୍ରେ ବ୍ୟାୟାମ କରି ଉତ୍ସାହିତ ପଞ୍ଚାୟତର ଯୁବ ଓ କିଶୋର ବର୍ଗ ।