କେନ୍ଦ୍ରାପଡ଼ା:ଯୁବତୀଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ ଖୋଲି ଅଶ୍ଲୀଳ ମେସେଜ ପଠାଉଥିଲେ ଯୁବକ, ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ୫ ବର୍ଷ ଧରି ଏଭଳି କାମରେ ଲିପ୍ତ ଥିଲେ ଯୁବକ, କାହାକୁ ଅଶ୍ଲୀଳ ଫଟୋ ତ ପୁଣି କାହାକୁ ଅଶ୍ଲୀଳ ମେସେଜ ପଠାଉ ଥିଲେ, ତାହା ପୁଣି ଯେଉଁ ଯୁବତୀଙ୍କ ନାଁରେ ଆକାଉଣ୍ଟ ଖୋଲିଥିଲେ ସେମାନଙ୍କ ସାଙ୍ଗ ସାଥୀ ଓ ସମ୍ପର୍କୀୟଙ୍କୁ । ଏହି ଘଟଣା ସାମ୍ନାକୁ ଆସିବା ପରେ ଯୁବକ ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ । ଗିରଫ ଯୁବକ ଜଣଙ୍କ ହେଉଛି ହାତିଆ ଗାଁର ସୁମନ୍ତ ।
ମିିଳିଥିବା ସୂଚନା ଅନୁଯାୟୀ, ସୁମନ୍ତ ସେହି ଗ୍ରାମର ଜଣେ ଯୁବତୀଙ୍କ ନାଁରେ ଦୀର୍ଘ ୫ ବର୍ଷ ହେଲା ଫେସବୁକରେ ଏକ ଫେକ ଆକାଉଣ୍ଟ ଖୋଲି ଚାଟିଂ କରୁଥିଲା । ଯୁବତୀଙ୍କ ସାଙ୍ଗ ମାନଙ୍କୁ ଅଶ୍ଳୀଳ ମେସେଜ ଓ ଫଟୋ ପଠାଉଥିଲା । ଚଳିତବର୍ଷ ଜୁନ ମାସରେ ଯୁବତୀଙ୍କ ଜଣେ ନିକଟ ସମ୍ପର୍କୀୟଙ୍କୁ ସୁମନ୍ତ ଫେସବୁକରେ ଅଶ୍ଳୀଳ ମେସେଜ ଓ ଫଟୋ ପଠାଇବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ଯୁବତୀ । ଏହା ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ସେ ଓ ତାଙ୍କ ପରିବାର ଲୋକେ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ୨୨୮/୨୨ରେ ମାମଲା ରୁଜ୍ଜୁ କରି IPC ୨୯୪,୫୦୬ ଓ ଆଇଟି ଆକ୍ଟ ଦଫା ୬୬(ଡି),୬୬(ସି)ରେ କେଶ ଦାଏର କରିଥିଲା । ଏହା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ ହୋଇଥିଲା ।