ଓଡିଶା

odisha

ETV Bharat / state

ଭଷାଣ ସମୟରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଯୁବକ ମୃତ - ଲକ୍ଷ୍ମୀଙ୍କ ଭଷାଣ ଶୋଭାଯାତ୍ରା

ଭଷାଣ ସମୟରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଚାଲିଗଲା ଯୁବକଙ୍କ ଜୀବନ । ୩ଜଣ ନାବାଳକ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ଭଷାଣ ସମୟରେ ଅଘଟଣ
ଭଷାଣ ସମୟରେ ଅଘଟଣ

By

Published : Oct 18, 2022, 7:38 PM IST

କେନ୍ଦ୍ରାପଡା:ମା ଲକ୍ଷ୍ମୀଙ୍କ ଭଷାଣ ଶୋଭାଯାତ୍ରା ବେଳେ ଅଘଟଣ। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଚାଲିଗଲା ଯୁବକଙ୍କ ଜୀବନ(young man died due to electric shock in Kendrapara) । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ମାର୍ଶାଘାଇ ଥାନା କଷୋଟି ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ବିଶ୍ୱଜିତ ଲେଙ୍କା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ୩ଜଣ ନାବାଳକ ଆହତ ହୋଇଥିବା ସୂଚନା ମିଳିଛି । ତିନି ଆହତ ହେଉଛନ୍ତି ପର୍ଶୁରାମ ଦାସ, ଅଂଶୁମାନ ଲେଙ୍କା ଓ ମନୋଜ ସେଠୀ । ମୃତ ବିଶ୍ୱଜିତ ଲେଙ୍କାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଉତ୍ତେଜନା ସୃଷ୍ଟି ହେବାରୁ ଜଣଙ୍କୁ ଅଟକ ରଖିଛି ପୋଲିସ ।

ଭଷାଣ ସମୟରେ ଅଘଟଣ

ମିଳିଥିବା ସୂଚନା ଅନୁଯାୟୀ କଷୋଟି ପୂଜା କମିଟି ପକ୍ଷରୁ ଗତ ନଅ ଦିନ ଧରି ଲକ୍ଷ୍ମୀପୂଜା ଚାଲି ଆସୁଥିବା ବେଳେ ଆଜି ପୂର୍ବାହ୍ନରୁ ଭଷାଣ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଶୋଭାଯାତ୍ରା ପାଇଁ ସାଉଣ୍ଡ ବକ୍ସ ଲଦାଯାଇଥିବା ଗାଡିକୁ ଚଳାଉଥିଲେ ବିଶ୍ୱଜିତ ଲେଙ୍କା । ତେବେ ଏହି ସମୟରେ ବକ୍ସ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ବିଶ୍ୱଜିତ । ପରେ ବକ୍ସକୁ ଧରିଥିବା ପର୍ଶୁରାମ ଦାସ,ଅଂଶୁମାନ ଲେଙ୍କା ଓ ମନୋଜ ସେଠୀ ନାମକ ନାବାଳକ ଆହତ ହୋଇପଡିଥିଲେ ।

ଏହା ମଧ୍ୟ ପଢନ୍ତୁ-ଜନ୍ମଦିନରେ ଚାଲିଗଲା ଜୀବନ, ପୋଖରୀରୁ ଶିଶୁର ମୃତଦେହ ଉଦ୍ଧାର

ଏହାପରେ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟପଟେ ବିଶ୍ୱଜିତଙ୍କୁ ଚିକିତ୍ସା ପାଇଁ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା । ଡାକ୍ତର ସେଠାରେ ଡାକ୍ତର ଚିକିତ୍ସା କରିବାରେ ବିଳମ୍ବ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ବିଶ୍ୱଜିତଙ୍କ ସମ୍ପର୍କୀୟ ଓ ବନ୍ଧୁମାନେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡାକ୍ତରଙ୍କୁ ଗାଳିଗୁଲଜ କରିବା ବେଳେ ପୋଲିସ ଜଣେ ସମ୍ପର୍କୀୟଙ୍କୁ ଅଟକ ରଖିଛି । ବିଶ୍ୱଜିତ ଘରର ଏକମାତ୍ର ପୁଅ ହୋଇଥିବା ବେଳେ ଏହି ଦୁର୍ଘଟଣା ସମ୍ପର୍କରେ ପୋଲିସରେ ଏଯାବତ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ବିଜେଡି ନେତାଙ୍କ ଗାଡ଼ି ଉପରକୁ ବୋମା ମାଡ଼, ସିସିଟିଭିରେ କଏଦ ହେଲା ଭିଡିଓ

ଏନେଇ ସ୍ଥାନୀୟ ଯୁବକ ମନୋଜ ସେଠୀ କହିଛନ୍ତି ଯେ, ''ଆଜି ଗଜଲକ୍ଷ୍ମୀ ପୂଜାର ଭଷାଣି ହେଉଥିଲା । ଏହି ସମୟରେ ଏକ ସ୍ଥାନରେ ଗାଡି ରହିବାରୁ ସମସ୍ତେ ପାଣି ପିଉଥିଲେ । ଏହି ସମୟରେ ବିଶ୍ବଡିତ ଗାଡି ଚଳାଇବାକୁ ଯାଇଥିବା ବେଳେ ୧୧କେଭିର ତାର ବକ୍ସରେ ଲାଗିଯାଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ''।

କେନ୍ଦ୍ରାପଡା, ଇଟିଭି ଭାରତ

ABOUT THE AUTHOR

...view details