କେନ୍ଦ୍ରାପଡା: ଟ୍ରକ ଧକ୍କାରେ ଯୁବକ ମୃତ । ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ । ମୃତକ ଜଣଙ୍କ ହେଉଛନ୍ତି ସଦର ଥାନା ଅନ୍ତର୍ଗତ ବାଲିପାଟଣା ଗାଁର କେଶବ ଦାସ । ଗତକାଲି ସନ୍ଧ୍ୟାରେ ଘରୁ ଖାଦ୍ୟ ପ୍ରସ୍ତୁତ କରି ଏକ ବାଇକ ଯୋଗେ ଆସି ରାଜପଥରେ ପାର୍କିଂ ହେଉଥିବା ଟ୍ରକ ଗୁଡିକରେ ଖାଦ୍ୟ ଯୋଗାଉଥିବା ସମୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା।
ତେବେ କେଶବଙ୍କ ପୁତୁରା ଦେବାଶିଷ ମଧ୍ୟ ଖାଦ୍ୟ ବିକ୍ରୟ କରୁଥିବା ସମୟରେ ଟ୍ରକ ଧକ୍କାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ତେବେ ଦୁର୍ଘଟଣା ବଢୁଥିବା ବେଳେ ଏଥି ପ୍ରତି ପ୍ରଶାସନର ନିଘାନଥିବା ଦାୟୀ କରି ବାଲିପାଟଣାର ଶତାଧିକ ବ୍ୟକ୍ତି ରାଜରାସ୍ତାରେ ଦୀର୍ଘ ସମୟ ଧରି ବସିରହିଥିଲେ।