କେନ୍ଦ୍ରାପଡ଼ା: ମହାନଦୀ କୂଳରୁ ମୁର୍ମୂଷ ଅବସ୍ଥାରେ ପଡ଼ିଥିବା ଜଣେ ମହିଳା ଉଦ୍ଧାର । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତର ପିତାପାଟ ଗ୍ରାମ ନିକଟରୁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ପିତାପାଟ ଗ୍ରାମର ଶୁଭ ଚକ୍ରବର୍ତ୍ତୀ ପ୍ରାୟ ୫ ମାସ ତଳେ ଜଗତସିଂହପୁର ଜିଲ୍ଲା ଏରସମା କୁଞ୍ଜକୋଠି ଅଞ୍ଚଳର ସୁମି ଦାସଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ଗତ କିଛିଦିନ ଧରି ସେମାନଙ୍କ ମଧ୍ୟରେ କୌଣସି କାରଣରୁ ଅସନ୍ତୋଷ ଲାଗି ରହିଥିଲା । ଶୁଭ ଚକ୍ରବର୍ତ୍ତୀ ଗତକାଲି କାମ କରିବା ପାଇଁ ପାରାଦୀପ ଚାଲି ଯାଇଥିବା ବେଳେ ତାଙ୍କ ପତ୍ନୀ ସୁମି ମହାନଦୀ କୂଳରେ ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କ ନାକ ଏବଂ ପାଟିରୁ ଫେଣ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।