କେନ୍ଦ୍ରାପଡ଼ା: ନାନା ସମସ୍ୟା ନେଇ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ମହିଳା । ଆଗକୁ ପୌର ନିର୍ବାଚନ ଥିବାରୁ ଜାଗା ନାହିଁତ ଭୋଟ ନାହିଁ ବୋଲି ନାରା ଦେଲେ ମହିଳା କର୍ମୀ । ଖରା, ବର୍ଷା ଓ ଶୀତକୁ ଖାତିର ନକରି ହାତରେ ଝାଡୁ ଧରି ୨୧ଟି ୱାର୍ଡକୁ ସଫେଇ କରୁଥିବା ବସ୍ତିବାସିନ୍ଦାଙ୍କୁ ଆଜି ପର୍ଯ୍ୟନ୍ତ ନା ମିଳିଛି ଆବାସ ନା ମୌଳିକ ଆବଶ୍ୟକତା । ଫଳରେ ଆଗକୁ ହେବାକୁ ଥିବା ପୌର ନିର୍ବାଚନରେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି ।
'ଜାଗା ନାହିଁ ତ ଭୋଟ ନାହିଁ' ନାରାରେ କମ୍ପିଲା ମ୍ୟୁନିସିପାଲିଟି କାର୍ଯ୍ୟାଳୟ - କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି
କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ମହିଳା । ସମସ୍ୟା ସାମାଧାନ ନହେଲେ ପୌର ନିର୍ବାଚନରେ ଭୋଟ ବର୍ଜନର ଚେତାବନୀ ଦେଲେ ବିକ୍ଷୋଭକାରୀ । ଅଧିକ ପଢନ୍ତୁ
ରାଜ୍ୟ ସରକାର ଜାଗା ମିଶନ ନାଁରେ ବଡ଼ବଡ଼ ହୋଡ଼ିଂ ଲଗାଇ ଜନସାଧାରଣଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ କରିଛନ୍ତି ବସ୍ତିବାସିନ୍ଦା। ଟୋପାଏ ବର୍ଷା ହେଲେ ଏମାନେ ବର୍ଷାରେ ଭିଜୁଥିବାବେଳେ ହାଡଭଙ୍ଗା ଜାଡରେ ଏମାନେ ଖୋଲା ଆକାଶ ତଳେ ମୁଣ୍ଡ ଗୁଞ୍ଜି ରହିବା ସାର ହୋଇଥାଏ। ନିର୍ବାହୀ ଅଧିକାରୀ, ଜିଲ୍ଲାପାଳ ଏମିତିକି ସ୍ଥାନୀୟ ବିଧାୟକ ଏମାନଙ୍କ ପାଖକୁ ଯାଇ ଦୁଃଖ ଦୁର୍ଦ୍ଦଶା ଦେଖିବା ସହ ପୁଳାପୁଳା ପ୍ରତିଶ୍ରୁତି ଦେଇଥାନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ନିଜ ହକ ପାଇଁ ଆଜି ଶତାଧିକ ମହିଳା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ