ଓଡିଶା

odisha

ETV Bharat / state

ନିଯୁକ୍ତି ପାଇଁ DPC ଲାଞ୍ଚ ନେଉଥିବା ଅଭିଯୋଗ, ବିଡିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଶତାଧିକ ମହିଳା - ବିଡିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା

CRP, MBK ଓ ବ୍ୟାଙ୍କମିତ୍ର ନିଯୁକ୍ତି ପାଇଁ ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଲାଞ୍ଚ ମାଗୁଥିବା ଅଭିଯୋଗ କରି ବିଡିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଶତାଧିକ ମହିଳା । ଅଧିକ ପଢ଼ନ୍ତୁ

women protest in front of bdo office
ବିଡ଼ିଓ କାର୍ଯ୍ୟାଳୟ ଘେରାଉ କଲେ ମହିଳା

By

Published : May 23, 2023, 8:30 PM IST

ବିଡ଼ିଓ କାର୍ଯ୍ୟାଳୟ ଘେରାଉ କଲେ ମହିଳା

କେନ୍ଦ୍ରାପଡ଼ା: ନିଯୁକ୍ତି ପାଇଁ ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ(DPC) ମାଗୁଛନ୍ତି ଟଙ୍କା । ଆଉ ଟଙ୍କା ଦେଇନପାରିଲେ ମିଳୁନି ନିଯୁକ୍ତି । କେନ୍ଦ୍ରାପଡ଼ା ମିଶନ ଶକ୍ତି ବିଭାଗର ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାସ ସେନାପତିଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଶତାଧିକ ମହିଳା । ଟାଳଟୁଳ ନୀତି ବଦଳାଇ ସ୍ୱଚ୍ଛତାର ସହ CRP, MBK ଓ ବ୍ୟାଙ୍କମିତ୍ର ନିଯୁକ୍ତି ଦେବା ଦାବିରେ ଡେରାବିଶ ବ୍ଲକ ଅଧିନସ୍ଥ ୧୩ଟି ପଞ୍ଚାୟତର ଶହଶହ ମହିଳା ବ୍ଲକ ଘେରାଉ କରିବା ସହ ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଥିଲେ ।

ସାଧାରଣତଃ କୌଣସି ପ୍ରାର୍ଥୀନୀ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ହୋଇଥିବେ । ମିଶନଶକ୍ତି ଦ୍ୱାରା ଅନୁଷ୍ଠିତ ଏକମାସିଆ ତାଲିମ ପ୍ରାପ୍ତ କରିଥିବେ। ତାଲିମ ନେଇଥିବା ମହିଳା ସଦସ୍ୟା ସର୍ବାଧିକ ୨ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ୧୦ ଦିନ ଲେଖାଏଁ ମୋଟ ୩୦ ଦିନ କାର୍ଯ୍ୟ କରି ପ୍ରଥମ ରାଉଣ୍ଡ ଶେଷ କରିଥିବେ । ସମ୍ପୃକ୍ତା ମହିଳା ସଦସ୍ୟା/ପ୍ରାର୍ଥୀନୀ ତାଙ୍କ ନିଜ ପଞ୍ଚାୟତ ସମେତ ଅନ୍ୟ ଏକ ପଞ୍ଚାୟତରେ ବିଭିନ୍ନ ଗ୍ରାମରେ ୧୦ ଦିନ କରି ମୋଟ ୩୦ ଦିନ ମିଶନ ଶକ୍ତିରେ କାର୍ଯ୍ୟ କରି ଦ୍ଵିତୀୟ ରାଉଣ୍ଡ ମଧ୍ୟ ସମ୍ପୂର୍ଣ୍ଣ କରିଥିଲେ ସେହି ମହିଳା ସଦସ୍ୟା/ପ୍ରାର୍ଥୀନୀଙ୍କୁ ICRP (Internal Community Resource Person) ସାର୍ଟିଫିକେଟ ଓଡ଼ିଶା ଜୀବିକା ମିଶନ (OLM)ପକ୍ଷରୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।


ମହିଳାଙ୍କ କହିବା ଅନୁଯାୟୀ, "ଡେରାବିଶ ବ୍ଲକରେ ଅନେକ ଗୋଷ୍ଠୀ ସଦସ୍ୟା ପ୍ରଥମ ରାଉଣ୍ଡ ଶେଷ କରିଥିବା ବେଳେ ଦ୍ଵିତୀୟ ରାଉଣ୍ଡ ସମୟରେ ମହାମାରୀ କୋଭିଡ ଆକ୍ରାନ୍ତ କରିଥିଲା । ଏହି ସମୟରେ ମହିଳାମାନେ ଘରକୁ ଘର ବୁଲି ସେବା ଯୋଗାଇଥିବା ବେଳେ ସେମାନଙ୍କୁ ସାର୍ଟିଫିକେଟ ଦିଆଯାଇନାହିଁ । ମିଶନ ଶକ୍ତି ବିଭାଗର ଜିଲ୍ଲା ପ୍ରକଳ୍ପ ସଂଯୋଜକ CRP ନିଯୁକ୍ତି ପାଇଁ ଲକ୍ଷେ ଟଙ୍କା ଏବଂ MBK ଓ ବ୍ୟାଙ୍କମିତ୍ର ପଦବୀ ପାଇଁ ଦେଢ ଲକ୍ଷ ଟଙ୍କା ମାଗିଛନ୍ତି ।" ଅନ୍ୟପଟେ ଆଇସିଆରପି ଅଭିଜ୍ଞତା ପ୍ରମାଣପତ୍ର ପାଇଁ ବ୍ଲକ ପ୍ରଯୁଜ୍ୟ ହୋଇନଥିବା କାରଣରୁ ଏଥିରେ ମିଳିଥିବା ନମ୍ବରକୁ ହିସାବକୁ ନିଆଯାଉନଥିବା କହିଛନ୍ତି ବିଡ଼ିଓ । ଡେରାବିଶ ବ୍ଲକ ଅଧୀନରେ ଥିବା ୨୬ଟି ପଞ୍ଚାୟତରେ ମାର୍ଚ୍ଚ ମାସ ପ୍ରାରମ୍ଭରୁ ବିଭିନ୍ନ ପଞ୍ଚାୟତ ପାଇଁ ୧୩ଟି MBK, ୧୫୧ଟି CRP ଓ ୯ଟି ବ୍ୟାଙ୍କମିତ୍ର ପଦବୀ ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଇଥିବା ବେଳେ ଏବେ ଚୟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଭଳିସ୍ଥଳେ ଶତାଧିକ ମହିଳା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ନାଁରେ ଚାକିରୀ ପାଇଁ ଟଙ୍କା ମାଗିବା ଭଳି ଅଭିଯୋଗ ଆଣିବା ଓ ପ୍ରତିବାଦରେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ଭଳି ଅଭାବନୀୟ ଘଟଣା ବାସ୍ତବରେ ଜିଲ୍ଲାରେ ମିଶନଶକ୍ତି କିପରି ଚାଲିଛି ସେନେଇ ପ୍ରଶ୍ନ ଉଠାଉଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details