ଓଡିଶା

odisha

ETV Bharat / state

ସ୍ବଚ୍ଛସାଥୀ କର୍ମୀଙ୍କୁ ଅସଦାଚରଣ, ଆଇଆଇସିଙ୍କ ନିଲମ୍ବନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର - ମହିଳାଙ୍କୁ ଅସଦାଚରଣ

ପୌରପାଳିକାର ସ୍ବଚ୍ଛସାଥୀ ଭାବେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଅସଦାଚରଣ । ଘରେ ପଶି ମାରିଦେବାକୁ ଧମକ ସହ ଗାଳିଗୁଲଜ କରିଛନ୍ତି ଦୁଇଜଣ ବ୍ୟକ୍ତି । ଏନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ ମହିଳା...

women harashment case in kendrapara
ମହିଳାଙ୍କୁ ଅସଦାଚରଣ

By

Published : Dec 5, 2019, 5:48 PM IST

କେନ୍ଦ୍ରାପଡା: ମହିଳାଙ୍କୁ ଅସଦାଚରଣ । ଅଭିଯୋଗ ନେଇ ଥାନାକୁ ଯିବାରୁ ଥାନା ବାବୁଙ୍କ ଦୁର୍ବ୍ୟବହାର । କିଛି ଉପାୟ ନପାଇ ଶେଷରେ ପୀଡିତା, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଛନ୍ତି । ପୌରପାଳିକାର ସ୍ବଚ୍ଛସାଥୀ ଭାବେ କାର୍ଯ୍ୟରତ ଜଣେ ମହିଳାଙ୍କ ଘରେ ପଶି ଗତ ଡିସେମ୍ବର 1ରେ କୈଳାସ ବେହେରା ଓ ନାରାୟଣ ପାତ୍ରୀ ନାମକ ଦୁଇ ବ୍ୟକ୍ତି ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲେ ।

ମହିଳାଙ୍କୁ ଅସଦାଚରଣ

ଏନେଇ ପୀଡିତା ଟାଉନ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଥାନା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ ଅଶ୍ଲୀଳ ଭାଷା କହି ମହିଳାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏଥିରେ ମାନସିକ ଆଘାତ ପାଇ ପୀଡିତା ନିଜ ସ୍ବଚ୍ଛସାଥୀର ମହିଳାମାନଙ୍କ ସହ ମିଶି ଜିଲ୍ଲାପାଳଙ୍କ ନିକଟରେ ଅଭିଯୁକ୍ତର ଗିରଫ ଦାବି କରିଛନ୍ତି । ଅନ୍ୟପକ୍ଷେ ଜିଲ୍ଲା ପ୍ରଶାସନ ଯଦି ଏହି ଘଟଣା ସମ୍ପର୍କରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ମହିଳାମାନେ ରାଜାରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟପକ୍ଷେ ଥାନା ଆଇଆଇସି ଜ୍ୟୋତିରଞ୍ଜନଙ୍କ ନିଲମ୍ବନ ଦାବି ମଧ୍ୟ କରାଯାଇଛି । ଗତ ମଙ୍ଗଳବାର ଆଇଆଇସି ଜଣେ ଓକିଲଙ୍କୁ ମଧ୍ୟ ଦୁଃର୍ବ୍ୟବହାର କରିଥିଲେ । ତେବେ ମହିଳା ମାନଙ୍କୁ ଥାନା ମାଧ୍ୟମରେ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ 5T ଯୋଜନାରେ ଗାଇଡ଼ଲାଇନ ଥିଲେ ମଧ୍ୟ ଏହି ଯୋଜନାର ଫଳ ମହିଳାମାନଙ୍କୁ ମିଳିପାରୁନାହିଁ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details