କେନ୍ଦ୍ରାପଡ଼ା:ଜିଲ୍ଲାରେ ବିଢିବାରେ ଲାଗିଛି ଲଗାଣ ବର୍ଷା ପରବର୍ତ୍ତୀ ବିପତ୍ତି ।ପୁଣି କାନ୍ଥ ଭୁଶୁଡି ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ନିକିରାଇ ଥାନା ଅନ୍ତର୍ଗତ କୋରୋ ଗ୍ରାମରେ । ମୃତକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ୭୬ ବର୍ଷୀୟା ବୃଦ୍ଧା କମଳା ନାୟକ ବୋଲି ଜଣାପଡିଛି । ଗତକାଲି ଜିଲ୍ଲାର ବଡ଼ ବେତରା ଓ ଢି଼ଅସାହି ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଏକ ଜୀବନହାନୀ ଜିଲ୍ଲାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି ।
ସୂଚନାନୁଯାୟୀ ଆଜି ଅପରାହ୍ନରେ କମଳା ନାୟକ(ବେୱା) ପୂଜା ଶେଷ କରି ଖାଇବାକୁ ଯାଉଥିବା ସମୟରେ ବର୍ଷାରେ ଭିଜି ରହିଥିବା ମାଟି କାନ୍ଥ ତାଙ୍କ ଉପରେ ଭୁଶୁଡି ପଡିଥିଲା । ଗ୍ରାମବାସୀ ପହଞ୍ଚି ମାଟି ତାଡି ତାଙ୍କୁ ଉଦ୍ଧାର କିରଥିଲେ ସୁଦ୍ଧା ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କର ମୃତ୍ୟୁ ହୋଇସାରିଥିଲା ।