ଓଡିଶା

odisha

ETV Bharat / state

କୁମ୍ଭୀର ଆକ୍ରମଣରେ ମହିଳା ମୃତ, ମାଛ ମାରିବାକୁ ଯାଇ ନିଖୋଜ ଥିଲେ - କୁମ୍ଭୀର ଆକ୍ରମଣରେ ମହିଳା ମୃତ

କୁମ୍ଭୀର ଆକ୍ରମଣରେ ମହିଳା ମୃତ । ମୃତ ମହିଳା ହେଲେ ମହାକାଳପଡା ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ଖରିନାସୀ ଗ୍ରାମରେ କୌଶଲ୍ୟା ମଣ୍ଡଳ । ଅଧିକ ପଢନ୍ତୁ

କୁମ୍ଭୀର ଆକ୍ରମଣରେ ମହିଳା ମୃତ
କୁମ୍ଭୀର ଆକ୍ରମଣରେ ମହିଳା ମୃତ

By

Published : Mar 19, 2023, 2:10 PM IST

କୁମ୍ଭୀର ଆକ୍ରମଣରେ ମହିଳା ମୃତ

କେନ୍ଦ୍ରାପଡା:ମାଛ ଧରିବାକୁ ଯାଇ ନିଖୋଜ ହୋଇଯାଇଥିବା ମହିଳାଙ୍କ ମିଳିଲା ପତ୍ତା । ଆଜି ପୋଖରୀରେ ଭାସୁଥିବା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ହେଲେ ମହାକାଳପଡା ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ଖରିନାସୀ ଗ୍ରାମରେ କୌଶଲ୍ୟା ମଣ୍ଡଳ । ତାଙ୍କର ମୃତଦେହରେ କୁମ୍ଭୀର ଆକ୍ରମଣ କରିଥିବା ନେଇ ଦାଗ ଦେଖାଯାଇଛି । ଏଭଳି ଦୁଃଖଦାୟକ ଘଟଣା ପରେ ଭୟରେ ମତ୍ସ୍ୟଜୀବୀ ଆଉ ମାଛ ମାରିବାକୁ ଯିବା ପାଇଁ ମଙ୍ଗୁ ନାହାନ୍ତି ।

ସୂଚନାଅନୁସାରେ, ଗତକାଲି(ଶନିବାର) ଅପରାହ୍ନ ସମୟରେ ମାଛ ଆଣିବା ପାଇଁ କୌଶଲ୍ୟାଙ୍କ ସହ ଅନ୍ୟ ତିନିଜଣ ମହିଳା ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳରେ ଥିବା ଏକ ନାଳକୁ ଯାଇଥିଲେ । ମାଛ ଧରିବାର କିଛି ସମୟ ପରେ ଏହି ମହିଳାମାନେ ଘରକୁ ଫେରୁଥିବା ବେଳେ ହଠାତ ଚିତ୍କାର କରିଥିଲେ କୌଶଲ୍ୟା । ମୋତେ ବଞ୍ଚାଓ ବୋଲି ସେ ଚିତ୍କାର କରିଥିଲେ । ତେବେ ମହିଳାମାନେ ଘଟଣାସ୍ଥଳକୁ ଯାଇ ଦେଖିଥିଲେ ସୁଦ୍ଧା ତାଙ୍କର ଖବର ପାଇନଥିଲେ । ଏହାପରେ ମହିଳାମାନେ ପାଟିକରି ସ୍ଥାନୀୟ ବାସିନ୍ଦାଙ୍କୁ ଡାକିଥିଲେ । ନିକଟରେ ମାଛ ମାରୁଥିବା କିଛି ପୁରୁଷ ଡଙ୍ଗା ନେଇ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୋଶଲ୍ୟାଙ୍କର ସନ୍ଧାନ ମିଳିନଥିଲା ।

ତେବେ କିଛି ସମୟ ପରେ କୌଶଲ୍ୟାଙ୍କ ମୃତଦେହ ନଦୀରେ ଭାସିଥିଲା । ଲୋକେ କୌଶଲ୍ୟାଙ୍କ ମୃତଦେହକୁ ନାଳରୁ ଉଦ୍ଧାର କରି ଉପରକୁ ଆଣିବା ପରେ କୌଶଲ୍ୟାଙ୍କ ପେଟ ଓ ଗୋଡରେ କୁମ୍ଭୀର ଆକ୍ରମଣ କରି କ୍ଷତବିକ୍ଷତ କରିଥିବା ଦେଖା ଯାଇଥିଲା ଓ ଘଟଣାସ୍ଥଳରେ ହିଁ କୌଶଲ୍ୟାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଓ ଜମ୍ବୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ଆଜି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଲୋକପ୍ରିୟ DJ Azexଙ୍କ ସନ୍ଦେହଜନକ ମୃତ୍ୟୁ, ଭଡା ଘରୁ ମିଳିଲା ଝୁଲନ୍ତା ମୃତଦେହ

କୌଶଲ୍ୟା, ଖରିନାସୀ ଗ୍ରାମର ମହାନନ୍ଦ ମଣ୍ଡଳଙ୍କ ପତ୍ନୀ ଓ ଉଭୟ ଦମ୍ପତି ମାଛ ମାରି ଗୁଜୁରାଣ ମେଣ୍ଟାଇଥାନ୍ତି ବୋଲି ଜଣାପଡିଛି । ଅନ୍ୟପଟେ କୁମ୍ଭୀର ଆକ୍ରମଣରେ ଚଳିତବର୍ଷ ତିନିମାସ ମଧ୍ୟରେ ତିନିରୁ ଅଧିକ ପ୍ରାଣହାନି ଘଟିଥିବା ବେଳେ ଏନେଇ ବନ ବିଭାଗର ପାଟ୍ରୋଲିଂ ଉପରେ ପ୍ରଶ୍ନ ଉଠିଛି । ଜୀବନ ଜିଇଁବା ପାଇଁ ଜୀବିକା ରୂପେ ମାଛ ମାରିବାକୁ ଉପାନ୍ତ ଅଞ୍ଚଳର ବାସିନ୍ଦା ବାଛି ନେଇଥିବା ବେଳେ ଜୀବିକା ସନ୍ଧାନରେ କୁମ୍ଭୀର ଆକ୍ରମଣରେ ମୃତ୍ୟୁବରଣ କରିବା ଏଠାରେ ଏକ ନିତିଦିନିଆ ଘଟଣା ହୋଇଗଲାଣି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details