କେନ୍ଦ୍ରାପଡ଼ା:ପରକୀୟା ପ୍ରୀତିର ସାଙ୍ଘାତିକ କାହାଣୀ । ପ୍ରେମରେ ଉଟୁବୁଟୁ ହୋଇ ସ୍ବାମୀକୁ ହତ୍ୟା କରିବାକୁ ପଛାଇଲାନି ସ୍ତ୍ରୀ । ଖବର ଲୁଚାଇବାକୁ ଷଡଯନ୍ତ୍ର ରଚିଥିଲା ସ୍ତ୍ରୀ । ଶେଷରେ ଅଭିଯୁକ୍ତ ପତ୍ନୀ ଓ ପ୍ରେମିକକୁ ହତ୍ୟା ଅଭିଯୋଗରେ ବାନ୍ଧିଛି ପୋଲିସ । ନିକଟରେ ଏହି ଘଟଣା ଓଡିଶାରେ ଚାଞ୍ଚଲ୍ୟ ଖେଳାଇଥିଲା । ସ୍ବାମୀର ଜୁଇ ଜଳୁଥିବା ବେଳେ ପ୍ରେମିକ ହାତ ଧରି ଚାଲିଯାଇଥିଲା ସ୍ତ୍ରୀ ।
ପୋଲିସ ଘଟଣାର ତଦନ୍ତ କରି ସ୍ବାମୀ ହତ୍ୟା ଅଭିଯୋଗ ପତ୍ନୀକୁ ଗିରଫ କରିଛି (woman and her boyfriend arrested for murder of his husband) । ମୃତ ରଙ୍ଗାଧରଙ୍କ ବଡ଼ଭାଇ ଗଙ୍ଗାଧର ଅଭିଯୋଗ ପରେ ରାଜକନିକା ପୋଲିସ ଦ୍ବାରା ଅଭିଯୁକ୍ତ ମହିଳା ଏବଂ ପ୍ରେମିକକୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଉଛନ୍ତି, ରତ୍ନମଣି ଓ ପ୍ରେମିକ ଅସିତ ଶତପଥୀ ।
ସୂଚନା ଥାଉକି, କେନ୍ଦ୍ରାପଡା ରାଜକନିକା ଥାନା ସିହୋପଡା ପଞ୍ଚାୟତ ଭାମଣ୍ଡା ଗାଁର ରଙ୍ଗାଧର ଗତ ଅଗଷ୍ଟ ୧୭ରେ ନିଖୋଜ ଥିବା ନେଇ ବଡ଼ଭାଇ ଓ ରଙ୍ଗାଧରଙ୍କ ଧର୍ମପତ୍ନୀ ଦୁଇଟି ଥାନାରେ ପୃଥକ ପୃଥକ ଅଭିଯୋଗ କରିଥିଲେ । ଏହାପରେ ଗତ ୨୧ ତାରିଖ ଦିନ ରଙ୍ଗାଧରଙ୍କ ମୃତଦେହ ସନ୍ଦେହଜନକ ଭାବେ ମିଳିଥିଲା । ମୃତଦେହ ବ୍ୟବଚ୍ଛେଦ ହୋଇ ଗ୍ରାମକୁ ଆସି ସ୍ବାମୀର ଅନ୍ତିମ ସଂସ୍କାର ହେଉଥିବାବେଳେ ସ୍ତ୍ରୀ ରତ୍ନମଣି ପ୍ରେମିକ ସହିତ ଗାଁ ଛାଡି ଫେରାର ହୋଇଯାଇଥିଲେ । ଦୁଇଦିନ ଖୋଜାଖୋଜି କରିବା ପରେ ପୋଲିସ ପଞ୍ଜାରେ ଉଭୟଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ରବିବାର ଅଭିଯୁକ୍ତଙ୍କୁ ମୂଳ ମାମଲାରେ 302/201/34 IPCରେ କୋର୍ଟ ଚାଲାଣ କରିଥିବା ରାଜକନିକା ଥାନା ଅଧିକାରୀ ସୂଚନା ଦେଇଛନ୍ତି l ଏହାରି ମଧ୍ୟରେ ଅଭିଯୁକ୍ତ ରତ୍ନମଣୀ ରଙ୍ଗାଧରଙ୍କ ପାଇଁ ମୁଣ୍ଡରେ ସିନ୍ଦୁର ଆଉ ହାତରେ ଶଙ୍ଖା ପିନ୍ଧିଥିବା ବେଳେ ପ୍ରେମିକ ଅସିତ ସହ ଯାଜପୁର କୋର୍ଟରେ ବିବାହ କରିଥିବା ସେ ସ୍ବୀକାର କରିଛନ୍ତି ।