ଓଡିଶା

odisha

By

Published : Jul 24, 2019, 5:01 PM IST

ETV Bharat / state

ବିଜେଡି କର୍ମୀଙ୍କ ପରିଶ୍ରମର ଫଳ: ସାବିତ୍ରୀ ଅଗ୍ରୱାଲ

ଶେଷରେ ବାହାରିଛି ପାଟକୁରା ପରୀକ୍ଷା ଫଳ । ବାଜି ମାରିଛି ବିଜେଡି, ପୁଣିଥରେ ନିରାଶ ହୋଇଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ଅମାନତ ହରାଇଛି ଗତଥର 40ହଜାର ଭୋଟ ପାଇଥିବା କଂଗ୍ରେସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ବାହାରି ସାରିଛି ପାଟକୁରା ପରୀକ୍ଷା ଫଳ । ସ୍ଥିର ହୋଇସାରିଛି ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ । ପୁଣିଥରେ ଶଙ୍ଖନାଦ ବାଜିଛି ପାଟକୁରା ନିର୍ବାଚନ ମଣ୍ଡଳୀରେ , ଅନେକ ପ୍ରୟାସ ସତ୍ବେ ଶଙ୍ଖ ଗଡରେ ପଦ୍ମ କଢି ହୋଇରହିଗଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଆଉ 2004ରୁ ଲଗାତାର ଏହି ଆସନରେ ବିଜୟ ବାନା ଉଡାଉଥିବା ବିଜେଡି ପୁଣିଥରେ ପୁରୁଖା ବିଜୟ ମହାପାତ୍ରଙ୍କ ବିଜୟ ସ୍ବପ୍ନକୁ ଅଟକାଇ ନିଜକୁ ଅପରାଜେୟ କରିପାରିଛି ।

ବିଜେଡିରୁ ପ୍ରାର୍ଥୀ ହୋଇଥିବା ବିଜେଡି ନେତ୍ରୀ ବିଜୟ ପରେ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଏହି ବିଜୟ ହେଉଛି ବିଜେଡି କର୍ମୀଙ୍କ ଓ ବିକାଶର ତେଣୁ ସବୁ ଶ୍ରେୟ କର୍ମୀଙ୍କୁ ଦେଉଛନ୍ତି ବୋଲି କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details