କେନ୍ଦ୍ରାପଡା: ଦୁଇ କିଲୋ ବାରହା ମାଂସ ଜବତ ହୋଇଛି । ଏହାସହ 2 ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି । ଦୁଇ ଅଭିଯୁକ୍ତ ହେଲେ ବତୀଘର ପଞ୍ଚାୟତର ବରକୋଳିଖୋଳା ଗାଁର ହିମାଂଶୁ ମାଇତି ଓ କୋଚିଲା ବେଲାରୀ ଗାଁର ଆଶିଷ ପ୍ରଧାନ ବୋଲି ଜଣାପଡିଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ।
କେନ୍ଦ୍ରାପଡାରୁ ଦୁଇକିଲୋ ବାରହା ମାଂସ ଜବତ, 2ଗିରଫ
ଦୁଇକିଲୋ ବାରହା ମାଂସ ଜବତ । ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ । ତଦନ୍ତ ଜାରି । ଅଧିକ ପଢନ୍ତୁ...
ଦୁଇକିଲୋ ବାରହା ମାଂସ ଜବତ,2ଗିରଫ
ସୂଚନା ଅନୁସାରେ, କୌଣସି ସୂତ୍ରରୁ ଖବର ପାଇ ବତୀଘର ବନାଞ୍ଚଳ ଫରେଷ୍ଟରଙ୍କ ନିର୍ଦ୍ଦେଶରେ ଏକ ଟିମ କଂସାରଡ଼ିଆ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରିଥିଲା । ଚଢାଉ ସମୟରେ 2 କେଜି ବାରହା ମାଂସ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଥିଲା । ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜଣାପଡିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ