ଓଡିଶା

odisha

ETV Bharat / state

ହକ୍ ପାଇଁ ଶାଶୁଘର ଆଗରେ ବୋହୂର ଧାରଣା - ନ୍ୟାୟ ପାଇଁ ଶାଶୁ ଘର ଆଗରେ ଧାରଣା ଦେଲେ ମହିଳା

ନ୍ୟାୟ ପାଇଁ ଶାଶୁ ଘର ଆଗରେ ଧାରଣା ଦେଲେ ମହିଳା । ମାନସିକ ବିକାରଗସ୍ତ ଦର୍ଶାଇ ଘରୁ ବାହାର କରିଦେଇଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

wife protest in front of in laws house in kendrapara
ହକ୍ ପାଇଁ ଶାଶୁଘର ଆଗରେ ବୋହୂର ଧାରଣା

By

Published : Dec 3, 2022, 10:51 AM IST

କେନ୍ଦ୍ରାପଡ଼ା:ହକ ପାଇଁ ଶାଶୁଘର ଆଗରେ ଧାରଣାରେ ବସି ରହିଛନ୍ତି ବୋହୂ । ଘଟଣାଟି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଡେରାବିଶ୍ ଥାନା ଅଞ୍ଚଳରେ । ମାନସିକ ବିକାରଗସ୍ତ ଦର୍ଶାଇ ବୋହୂକୁ ଘରୁ କାଢି ଦେଇଥିବା ଅଭିଯୋଗ । ଶାଶୁଘର ଲୋକେ ସ୍ୱୀକାର ନକଲେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।

ହକ୍ ପାଇଁ ଶାଶୁଘର ଆଗରେ ବୋହୂର ଧାରଣା

ଅଭିଯୋଗ ଅନୁଯାୟୀ, ଡେରାବିଶ୍ ଥାନା ଅଧିନ ଦୁମୁକାହାଟ ଗାଁର ସ୍ବର୍ଗତ ବିଶ୍ୱନାଥ ନାୟକଙ୍କ ଝିଅ ସୋନାଲି ମଇଁଷିପୁର ଗାଁର କୈଳାସ ସାମଲଙ୍କ ପୁଅ ସୁବାଷ ସାମଲଙ୍କୁ ଚଳିତବର୍ଷ ଜୁଲାଇ ମାସରେ ବିବାହ କରିଥିଲେ । ବିବାହର ଏକମାସ ନପୂରୁଣୁ ସୋନାଲି ମାନସିକ ବିକାରଗସ୍ତ ଥିବା ଦର୍ଶାଇ ତାଙ୍କୁ ଶାଶୁଘର ଲୋକେ ପଞ୍ଚାୟତରେ ବୈଠକ କରି ବାପଘରକୁ ପଠାଇ ଦେଇଥିଲେ । ଦୁଇମାସ ମଧ୍ୟରେ ପୁନଃ ଫେରାଇ ଆଣିବେ ବୋଲି ପଞ୍ଚାୟତ ପତ୍ରରେ ଲେଖା ଯାଇଥିଲା । ତେବେ ଦୁଇମାସ ପୁରି ତିନିମାସ ଚାଲୁଥିବା ବେଳେ ସୋନାଲିଙ୍କ ପରିବାର ଲୋକେ ତାଙ୍କୁ ପଠାଇବା ପାଇଁ ଶାଶୁଘର ଲୋକଙ୍କୁ ଯୋଗାଯୋଗ କରିଥିଲେ । ମାତ୍ର ଯୌତୁକ ବାବଦକୁ 5 ଲକ୍ଷ ଟଙ୍କା ଦେଲେ ମାନସିକ ବିକୃତ ଝିଅକୁ ଘରେ ରଖିବେ ବୋଲି ଶାଶୁଘର ଲୋକେ କହିଥିଲେ ।

ଗତ ୨୦୨୦ ମସିହାରେ କୋଭିଡ ମହାମାରୀରେ ଉଭୟ ବାପା ଓ ମାଆଙ୍କୁ ହରାଇଥିବା ସୋନାଲି ତାଙ୍କ ଭଉଣୀ ଓ ଭିଣୋଇଙ୍କ ପାଖରେ ରହୁଥିବା ବେଳେ ଏତେ ଟଙ୍କା କେଉଁଠୁ ଆଣିବେ ବୋଲି କହିବା ପରେ ସୁବାସ, ସୋନାଲିଙ୍କୁ ଛାଡପତ୍ର ଧମକ ଦେଇଥିଲେ । ତେବେ ଶୁକ୍ରବାର ସୋନାଲି ଶାଶୁଘରେ ନିଜ ଆସବାବପତ୍ର ଧରି ପହଞ୍ଚିବା ପରେ ଶାଶୁ ପ୍ରମିଳା ସାମଲ ଘରେ ତାଲା ପକାଇ କେଉଁଆଡ଼େ ଚାଲି ଯାଇଥିଲେ । ତେଣୁ ନିଜର ହକ ପାଇଁ ସୋନାଲି ଶାଶୁଘର ଆଗରେ ଧାରଣାରେ ବସି ରହିଛନ୍ତି । ଯଦି ଶାଶୁଘର ଲୋକେ ତାଙ୍କୁ ସ୍ୱୀକାର ନକରନ୍ତି ତେବେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details