ଓଡିଶା

odisha

ETV Bharat / state

ଫଳାଫଳକୁ ନେଇ ସସ୍ପେନ୍ସରେ କେନ୍ଦ୍ରାପଡ଼ାବାସୀ - anubhab mohanty

କିଛି ଘଣ୍ଟା ପରେ ଆରମ୍ଭ ହେବ ଭୋଟ ଗଣତି । ପ୍ରାର୍ଥୀଙ୍କ ଭାଗ୍ୟ ରହିଥିବା ନିବୁଜ ସିନ୍ଦୁକରୁ ଆସିବ ଫଳାଫଳ। କିଏ ମାରିବ ବାଜି ? ଏନେଇ ନେତାମାନଙ୍କ ମନରେ ଛନକା ଥିବା ବେଳେ ଜନତା ନୀରବ ଏବଂ ପ୍ରଶାସନ ସଜାଗ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

By

Published : May 22, 2019, 8:46 PM IST

Updated : May 22, 2019, 11:03 PM IST

କେନ୍ଦ୍ରାପଡ଼ା: ରାତି ପାହିଲେ ଭୋଟ ଗଣତି । ସନ୍ଧ୍ୟା ଯାଏଁ ଛାତି ଭିତରେ ରହିବ ଡର ଆଉ ଶଙ୍କା । କିଏ ହେବ ବାଜିଗର, କିଏ ଚାଖିବ ପରାଜୟର ସ୍ବାଦ । ସେସବୁ ଉପରୁ ଉଠିବ ପରଦା । ଗଣତି ପରେ ଚିତ୍ର ସ୍ପଷ୍ଟ ହେବ । ଏଭଳି ସମୟରେ ସାରା ରାଜ୍ୟର ନଜର ରହିଛି କେନ୍ଦ୍ରାପଡା ଲୋକସଭା ଆସନ । ଗୋଟିଏ ଆସନରେ ଦୁଇଟି ଦଳର ମାନସମ୍ମାନ, ପତିଆରା ବାଜିରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା


ଫଳାଫଳର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ରାପଡା ଅନୁଭବ ମହାନ୍ତି ବିଜୟ ମୁକୁଟ ପିନ୍ଧିବେ ବୋଲି ଆଶାବାଦୀ ଅଛନ୍ତି ମହାକାଳପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ । ଅନ୍ୟପଟେ ଗଣତିକୁ ନେଇ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗଣନା କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି । ମୋଟ ଆଠ ପ୍ଲାଟୁନ ପୋଲିସ ଫୋର୍ସ ସହ ଏକ କମ୍ପାନୀ ବିଏସଏଫ ଯବାନଙ୍କୁ ମୁତୟନ କରଯାଇଛି । ସେହିଭଳି ଶୃଙ୍ଖଳିତ ଭାବରେ ଏହି ମତଗଣନା କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ।

ସେହିପରି ସମସ୍ତ ଗଣତି କେନ୍ଦ୍ରରେ ୧୪ଟି ଲେଖାଏଁ ଟେବୁଲର ବ୍ୟବସ୍ଥା ରହିଥିବା ବେଳେ ୪୫୦ଜଣ ଭୋଟ ଗଣନାକାରୀଙ୍କ ଦ୍ୱାରା ଭୋଟ ଗଣନା କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ତୁଳସୀକ୍ଷେତ୍ର କେନ୍ଦ୍ରାପଡା କାହା ହାତ ମୁଠାକୁ ଆସିବ, ସେ ସମୀକରଣର ସମାଧାନ ମଧ୍ୟ କାଲି ହୋଇଯିବ । ଏବେ କାଲିର ଗଣତିକୁ ଅପେକ୍ଷା, ଆଉ ଫଳାଫଳ ପାଇଁ ପ୍ରତୀକ୍ଷା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 22, 2019, 11:03 PM IST

ABOUT THE AUTHOR

...view details