ଓଡିଶା

odisha

ETV Bharat / state

Vote counting: କଟକରୁ କେନ୍ଦ୍ରାପଡା, ଯାଜପୁରରୁ ଜଗତସିଂହପୁର ଚାଲିଛି ମତଦାନ - କେନ୍ଦ୍ରାପଡ଼ାରେ ପ୍ରଥମ ପର୍ଯ୍ୟାୟ ମତଗଣନା

କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ଯାଜପୁର ଓ କଟକ ଜିଲ୍ଲା ନିଆଳି ବ୍ଲକରେ ଜାରି ରହିଛି ଭୋଟ ଗଣନା ପ୍ରକ୍ରୟା। ଅଧିକ ପଢ଼ନ୍ତୁ

vote counting of panchayat election in kendrapada and niali
Vote counting: କେନ୍ଦ୍ରାପଡ଼ା ଓ ନିଆଳିରେ ପ୍ରଥମ ପର୍ଯ୍ୟାୟ ମତଗଣନା ଜାରି

By

Published : Feb 26, 2022, 12:53 PM IST

Updated : Feb 26, 2022, 1:32 PM IST

କେନ୍ଦ୍ରାପଡ଼ା/କଟକ/ଜଗତସିଂହପୁର/ଯାଜପୁର :ସାରା ରାଜ୍ୟରେ ଚାଲିଛି ଭୋଟ ଗଣନା ପ୍ରକ୍ରିୟା। କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକରେ ମତଗଣନା ଚାଲିଛି। ସେପଟେ କଟକ ଜିଲ୍ଲା ନିଆଳି ବ୍ଲକରେ ମଧ୍ୟ ଭୋଟ ଗଣତି ପ୍ରକ୍ରିୟା ଚାଲିଛି। ନିଆଳି ବ୍ଲକର ୨୦ ନମ୍ବର ଜୋନରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟଗଣନା ପ୍ରକ୍ରିୟା ଚାଲିଛି।

Vote counting: ଉପକୂଳରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଗଣନା

ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ଭୋଟ ଗଣତି ପ୍ରକ୍ରିୟା ଚାଲିଛି। ଭୋଟ ଗଣତି କେନ୍ଦ୍ରର 100 ମିଟର ପରିସରକୁ ସିଲ କରାଯିବା ସହ ପୋଲିସ ମୂତୟନ କରାଯାଇଛି। ଅନ୍ୟପଟେ ଯାଜପୁର ଜିଲ୍ଲାର 10ଟି ବ୍ଲକର 10ଟି ଜିଲ୍ଲାପରିଷଦ ଜୋନ ପାଇଁ ଚାଲିଛି ଭୋଟଗଣତି। କଟକ ଜିଲ୍ଲାରେ ମଧ୍ୟ ୧୪ ଟି ବ୍ଲକ ରେ ଜାରି ରହିଛି ଗଣତି ପ୍ରକ୍ରିୟା। ତେବେ ଏଯାଏ ୧୪ ଟି ଜୋନରୁ ୧୨ ଟି ଜୋନରେ ବିଜେଡି ଆଗୁଆ ରହିଥିବା ଜଣା ପଡ଼ିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 26, 2022, 1:32 PM IST

ABOUT THE AUTHOR

...view details