କେନ୍ଦ୍ରାପଡା: କୋରୋନା ମହାମାରୀର ଲକଡାଉନରେ ଥିବା ଅସହାୟ ଗରିବ ପରିବାରଙ୍କୁ ସରକାରି ଓ ବେସରକାରୀ ସ୍ତରରେ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି। ତେବେ ଏହାର ଫାଇଦା ନେଇ କିଛି ଦଲାଲ ନିଜ ନାମରେ ବିଭିନ୍ନ ଟ୍ରଷ୍ଟ ଓ ସ୍ବେଛାସେବୀ ସଙ୍ଗଠନ କରି ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ବର୍ଷସାରା ଶିଶୁ ଖାଦ୍ୟ ମାଗଣାରେ ଯୋଗାଇ ଦିଆଯିବ କହି ଠକି ଚାଲିଛନ୍ତି।
ତେବେ ପ୍ରତି ଶିଶୁଙ୍କ ନାମରେ 200(ଦୁଇଶହ) ଟଙ୍କା ବେଆଇନ ଭାବେ ଆଦାୟ କରୁଥିବା ଘଟଣା ସାଧାରଣ ଜନତା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଏବେ ବିଭିନ୍ନ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି।କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କଳାବୁଦା ଗ୍ରାମରେ କିଛି ତଥାକଥିତ ସ୍ବେଚ୍ଛାସେବୀ ଗତ ଦୁଇ ତିନି ଦିନ ଧରି ବେଆଇନ ଭାବେ ଗରିବ ଅସହାୟ ପରିବାରଙ୍କ ଠାରୁ ରିଲିଫ ଯୋଗାଇ ଦେବା ନାଁ ରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଛି।