ଓଡିଶା

odisha

ETV Bharat / state

ମନ ମୋହୁଛି ଭିତରକନିକା ମହୋତ୍ସବ

ଦୀର୍ଘଦିନର ଅପେକ୍ଷା ପରେ କେନ୍ଦ୍ରପାଡାରେ ଆରମ୍ଭ ହୋଇଛି ଭିତରକନିକା ମହୋତ୍ସବ। ଯାହାକୁ ନେଇ ଉତ୍ସବମୁଖର ହୋଇଉଛିଠି କେନ୍ଦ୍ରାପଡା ସହର । ସମ୍ପୂର୍ଣ୍ଣ ପଢନ୍ତୁ...

AA
ମନ ମୋହୁଛି ଭିତରକନିକା ମହୋତ୍ସବ

By

Published : Feb 16, 2020, 1:41 AM IST

କେନ୍ଦ୍ରପଡା: ଆରମ୍ଭ ହୋଇଛି ଭିତରକନିକା ମହୋତ୍ସବ। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହିତ ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶ ବିଦେଶରେ ପରିଚିତ କରାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏହି ମହୋତ୍ସବ।

ମନ ମୋହୁଛି ଭିତରକନିକା ମହୋତ୍ସବ

ଝିକମିକ ଲାଇଟକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଉ ତା ସହିତ ଭଳିକି ଭଳି ହାତ ତିଆରି ଘରକରଣା ସାମଗ୍ରୀର ପସରା । ସମସ୍ତେ ଉତ୍ସବକୁ ଉପଭୋଗ କରିବା ସହ କିଣାବିକାରେ ମସଗୁଲ । ପୁଣି ମନ ମହୁଛି ବାଲୁକା କଳା । ଏ ହେଉଛି କେନ୍ଦ୍ରାପଡା ଭିତରକନିକା ମହୋତ୍ସବର ଦୃଶ୍ୟ । ଦୀର୍ଘଦିନର ଅପେକ୍ଷା ସତ ହୋଇଛି । ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଭିତରକନିକା ମହୋତ୍ସବ । ପର୍ଯ୍ୟଟକମାନଙ୍କୁ ଏଠାକୁ ଆକୃଷ୍ଟ କରିବା, ଯୁବପିଢୀଙ୍କୁ ରୋଜଗାର ଦେବା ଲକ୍ଷ୍ୟ ସହିତ ଭିତରକନିକାକୁ ଦେଶ ବିଦେଶରେ ପରିଚିତ କରାଇବା ଏହି ମହୋତ୍ସବର ମୂଳଲକ୍ଷ୍ୟ । ଭିତରକନିକା ଜାତୀୟ ଉଦ୍ୟାନ ଭାରତର ଏକ ମୁଖ୍ୟ ପର୍ଯ୍ୟଟନସ୍ଥଳୀ ହୋଇଥିବାବେଳେ ଏଠାକାର ବଉଳା କୁମ୍ଭୀର ଗିନିଜ ବୁକ ଅଫ ୱାର୍ଲଡରେ ନିଜର ସ୍ଥାନ ବଜାୟ ରଖିଛି। କିନ୍ତୁ ପ୍ରାକୃତିକ ଶୋଭାରାଜି ବର୍ଦ୍ଧିତ କରୁଥିବା ହେନ୍ତାଳ ବଣକୁ କାଟି ଏଠାରେ କିଛି କମ୍ପାନୀମାନଙ୍କ ଦ୍ବାରା ବେଆଇନ ଭାବେ ପର୍ଯ୍ୟାପ୍ତ ପରିମାଣର ଚିଙ୍ଗୁଡି ଚାଷ କରାଯାଉଥିବାରୁ ଏହା ଐତିହ୍ୟସ୍ଥଳୀ ମାନ୍ୟତା ହରାଇବାକୁ ବସିଲାଣି। ତେବେ ଏହି ଚେଷ୍ଟା ଦ୍ବାରା ଭିତରକନିକା ଜାତୀୟ ଉଦ୍ୟାନ ନିଜର ପରିଚୟ ଦେଶ-ବିଦେଶରେ ପ୍ରତିପାଦିତ କରିପାରିବ ବୋଲି ଦର୍ଶକମାନେ କହିଛନ୍ତି ।

ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଭିତରକନିକା ପାଇଁ ଏକ ବଡ଼ ପ୍ୟାକେଜ ଘୋଷଣା ପାଇଁ ଅଞ୍ଚଳବାସୀ ଆଶାବାନ୍ଧି ବସିଥିବା ବେଳେ ମନ୍ତ୍ରୀଙ୍କ ଦ୍ବାରା ସେଭଳି କୌଣସି ପ୍ୟାକେଜ ଘୋଷଣା ହୋଇନଥିଲା । ଫଳରେ ଦର୍ଶକ ତଥା ଅଞ୍ଚଳବାସୀ ନିରାଶ ହୋଇଥିଲେ । ତେବେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭିତରକନିକା ପାଇଁ କିଛି ଘୋଷଣା କରାଯାଇପାରେ ବୋଲି ପରୋକ୍ଷରେ କହିଛନ୍ତି ମନ୍ତ୍ରୀ । ସେହିପରି କେନ୍ଦ୍ରାପଡ଼ା ସାଂସଦ ଭିତରକନିକା ମହୋତ୍ସବର ପ୍ରସ୍ତୁତି ପାଇଁ ଜିଲ୍ଲା ତଥା ବ୍ଲକ ପ୍ରଶାସନକୁ ଧନ୍ୟବାଦ ଜଣାଇଥିବା ବେଳେ ବିଭିନ୍ନ ସମସ୍ୟା ଉପରେ ଧ୍ୟାନଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ କୋଟିକୋଟି ଟଙ୍କା ଖର୍ଚ୍ଚରେ ଭିତରକନିକା ମହୋତ୍ସବ ଆୟୋଜନ ହୋଇଥିବା ବେଳେ ଏଠାକାର ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ଉଠିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details