ଓଡିଶା

odisha

ETV Bharat / state

କାହାର କଟିବ ଟିକେଟ, ଭାଇରାଲ ଅଡିଓକୁ ନେଇ ସରଗରମ କେନ୍ଦ୍ରାପଡା ରାଜନୀତି

କାହାକୁ ମିଳିବ ଟିକେଟ। କେଉଁ ଦଳୀୟ ବିଧାୟକଙ୍କ ଟିକେଟ କାଟିବେ ବିଜେଡି ସୁପ୍ରିମୋ। ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ବିଜେଡି ଶିବିର। ଲମ୍ବିଛି ଟିକେଟ ଆଶାୟୀଙ୍କ ଲମ୍ବାଧାଡି। ଟିକେଟ ଘୋଷଣା ହୋଇନି ସତ। ହେଲେ ଟିକେଟ ପାଇବାକୁ ନେଇ ଦଳୀୟ ଅନ୍ତଃକନ୍ଦଳର ଆଶଙ୍କା ବଢିଛି। ଆଉ ଠିକ ଏଭଳି ସମୟରେ ପ୍ରାର୍ଥୀ ତାଲିକା ଘୋଷଣାକୁ ବିଭ୍ରାନ୍ତ କଲାଭଳି ଆସିଛି ଏକ ଅଡିଓ ଟେପ।

By

Published : Feb 26, 2019, 5:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡ଼ା:କେଉଁ କେଉଁ ଦଳୀୟ ବିଧାୟକଙ୍କୁ ଆସନ୍ତା ସାଧାରଣ ନିର୍ବାଚନରେ ବାଦ ଦେବେ ନବୀନ। ଏନେଇ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ଅଡିଓ ଟେପ।ଏଥିରେ ଟିକେଟକୁ ନେଇ ଦୁଇ ବ୍ୟକ୍ତିଙ୍କ ବାର୍ତ୍ତାଳାପ ରହିଛି। ନବୀନ କେଉଁ କେଉଁ ବିଧାୟକଙ୍କ ଟିକେଟ କାଟିଛନ୍ତି, ସେନେଇ ଜଣେ ଅନ୍ୟ ଜଣଙ୍କୁ ସୂଚନା ଦେଉଛନ୍ତି। ଯଦିଓ ଏଥିରେ ଥିବା ସ୍ବର କାହାର ଜଣାପଡୁନି, ତଥାପି ବି ନେତାଙ୍କ ଛାତି ଧଡଧଡ ହୋଇଯାଇଛି। ଶାସକ ଦଳର ନେତାଙ୍କୁ ଚମକାଇ ଦେଇଛି ଏହି ଅଡିଓ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବିଶେଷକରି କେନ୍ଦ୍ରାପଡାରେ ରାଜନୈତିକ ତୁମ୍ବି ତୋଫାନ ଆରମ୍ଭ ହୋଇଯାଇଛି। କାହିଁକିନା ଜିଲ୍ଲାର ଦୁଇଜଣ ଶାସକ ଦଳ ବିଧାୟକଙ୍କ ଟିକେଟ କଟିଥିବା ନେଇ ଏଥିରେ କୁହାଯାଇଛି।ଭାଇରାଲ ହୋଇଥିବା ଅଡିଓ ଟେପ ଅନୁସାରେ କେନ୍ଦ୍ରାପଡ଼ା ଓ ପାଟକୁରା ବିଧାୟକ ଏଥର ବିଜେଡି ଟିକେଟରୁ ବାଦ ପଡୁଛନ୍ତି । ଯାହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଆଲୋଚନା ସରଗରମ ହୋଇଉଠିଛି।

୨୦୦୯ ମସିହାରେ ନବଗଠିତ ପାଟକୁରା ନିର୍ବାଚନ ମଣ୍ଡଳୀରୁ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ ଦୁଇଥର ନିର୍ବାଚିତ ହୋଇଛନ୍ତି। ହେଲେ ଭାଇରାଲ ଅଡିଓରେ ତାଙ୍କର ଟିକେଟ କଟିଥିବା କୁହାଯାଇଛି। ଯଦିଓ ଏହାର ସତ୍ୟାସତ୍ୟ ଜଣାପଡିନି, ତଥାପି ବି ଏହାକୁ ନେଇ ଏବେ ସରଗରମ ଆଲୋଚନା ଚାଲିଛି । ପ୍ରତିକ୍ରିୟ ରଖିଛନ୍ତି ସ୍ଥାନୀୟ ବିଜେଡି ନେତା । ଏଭଳି ଅଡିଓକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ଅଗ୍ରୱାଲଙ୍କ ଅନୁଗତ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details