କେନ୍ଦ୍ରାପଡା: ରାଜନଗର ଥାନା ମାଣପଡା ଗାଁରେ ମାଆ-ଝିଅର ମୃତଦେହ ମିଳିବାକୁ 4 ଦିନ ବସିଲାଣି । ଦୁଇଟି ମୃତଦେହ ପଚି ଦୁର୍ଗନ୍ଧ ହେଉଥିବାବେଳେ ହତ୍ୟା କରାଯାଇଥିବା ଅଭିଯୋଗ କରି ଗାଁ ଦାଣ୍ଡରେ ମୃତଦେହ ରଖି ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ଯେପର୍ଯ୍ୟନ୍ତ ହତ୍ୟାକାରୀଙ୍କୁ ଗିରଫ କରା ନଯାଇଛି ସେ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ହେବ ନାହିଁ ବୋଲି ଜିଦରେ ଅଡି ବସିଛନ୍ତି ଗାଁ ଲୋକେ ।
ମାଣପଡା ଗାଁର ପ୍ରମିଳା ନାଥ ଓ ତାଙ୍କ ଝିଅ ସତ୍ୟପ୍ରିୟା ନାଥଙ୍କର ମୃତଦେହ ଭିନ୍ନ ଭିନ୍ନ ସ୍ଥାନରୁ ମିଳିଥିଲା । ଏହି ଦୁଇ ମା' ଝିଅଙ୍କୁ ଝିଅଙ୍କ ମାମୁଁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରି ଆସୁଛନ୍ତି ଗ୍ରାମବାସୀ । ସୋମବାର ଗ୍ରାମବାସୀ ଓ ମୃତକଙ୍କ ପରିବାର ଲୋକେ ରାଜନଗର ଥାନାରେ ଧାରଣା ମଧ୍ୟ ଦେଇଥିଲେ ।