ଓଡିଶା

odisha

ETV Bharat / state

ଡିବିରି-ଲଣ୍ଠନ ଧରି ପ୍ରତିବାଦ: ଶୁଣିଲେନି ଯାଜପୁର ଜିଲ୍ଲାପାଳ, ଏବେ ଭରସା କେନ୍ଦ୍ରାପଡା ଜିଲ୍ଲାପାଳ - ଯାଜପୁର ଜିଲ୍ଲାର ମହାକାଳପଡ଼ା ଗାଁ

ଯାଜପୁର ଜିଲ୍ଲାର ମହାକାଳପଡ଼ା ଗାଁରେ ସ୍ବାଧୀନତାର 75ବର୍ଷ ପରେ ମଧ୍ୟ ବିଜୁଳି ଭଳି ମୌଳିକ ସୁବିଧା ପାଇ ପାରୁନାହାନ୍ତି ଗ୍ରାମବାସୀ । ଏନେଇ ଡିବିରି ଓ ଲଣ୍ଠନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଅଧିକ ପଢନ୍ତୁ

villagers protest
villagers protest

By

Published : Jan 13, 2023, 10:25 PM IST

villagers protest

କେନ୍ଦ୍ରାପଡା:ବିକାଶ ନାଁରେ ସରକାରଙ୍କ ଅନେକ ଯୋଜନା । କିନ୍ତୁ ସ୍ବାଧୀନତାର 75ବର୍ଷ ପରେ ମଧ୍ୟ ସରକାରଙ୍କ ଯୋଜନା ପହଞ୍ଚି ପାରିନି ଦୁର୍ଗମ ଅଞ୍ଚଳରେ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଯୋଜନା କରୁଥିଲେ ମଧ୍ୟ ବିଜୁଳି ଭଳି ମୌଳିକ ସୁବିଧା ପାଇ ପାରୁନାହାନ୍ତି ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ମହାକାଳପଡ଼ା ଗାଁର । ଅନ୍ୟପଟେ ଏନେଇ ବାରମ୍ବାର ଜିଲ୍ଲାପାଳଙ୍କ ପାଖରେ ଗୁହାରି କରିଥିଲେ ମଧ୍ୟ ଫଳ ଶୂନ । ତେଣୁ ଅଭିନବ ପ୍ରତିବାଦ ଜଣାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଦଳିତ ଲୋକେ ।

ସୂଚନା ମୁତାବକ, ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ ବିଦ୍ୟୁତ ବିଭାଗ କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁର ସବ ଡିଭିଜନ। ଦୁଇ ଜିଲ୍ଲାର ସୀମାରେ ଗାଁ ହେଲେ ସୀମାନ୍ତବର୍ତ୍ତୀ ଗାଁରେ ପହଞ୍ଚି ପାରିନାହିଁ ମୌଳିକ ସୁବିଧା। ଦେଶ ସ୍ୱାଧୀନତାକୁ ଇତି ମଧ୍ୟରେ ୭୫ ବର୍ଷ ପୁରିଛି ଓ ସାରା ଭାରତ ବର୍ଷ ଆମେ "ଆଜାଦୀ କି ଅମ୍ରିତ୍ ମହୋତ୍ସବ"ପାଳନ କରିଛେ। ହେଲେ ଆଜି ଯାଏଁ ଏହି ଗାଁକୁ ବିଦ୍ୟୁତ ଶକ୍ତି ପହଞ୍ଚିବା ସ୍ୱପ୍ନ ହୋଇଛି। ଗାଁଟି ଯାଜପୁର ଜିଲ୍ଲାପାଳଙ୍କ ଅଧିନରେ ଆସୁଥିବା କାରଣରୁ ଏଠାକାର ବାସିନ୍ଦା ବହୁବାର ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କ ପାଠପଢା ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଆବଶ୍ୟକତାକୁ ପୂରଣ କରାଇବା ପାଇଁ ବିଦ୍ୟୁତ ମାଗିଥିଲେ। ହେଲେ ଏହି ଗାଁଟି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବିଦ୍ୟୁତ ଡିଭିଜନ ଅଧିନରେ ଆସୁଥିବା କାରଣରୁ ଏଥିରେ ସେ କୌଣସି ସହଯୋଗ କରିପାରିବେ ନାହିଁ ବୋଲି କହିଥିଲେ ଯାଜପୁର ଜିଲ୍ଲାପାଳ।

ତେବେ ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କ ମିଳିତ ପ୍ରଚେଷ୍ଟାରେ ଏହି ସମସ୍ୟାର ସମାଧାନ ବାହାରି ପାରିଥାନ୍ତା ହେଲେ ଯାଜପୁର ଜିଲ୍ଲାପାଳ କିଛି କର୍ଣ୍ଣପାତ କଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏନେଇ ଆଜି ବହୁ ଆଶା ନେଇ ମହାକାଳପଡ଼ା ଗାଁର ଏକାଧିକ ଦଳିତ ପରିବାରର ଛାତ୍ରଛାତ୍ରୀ, ମହିଳା, ଯୁବବର୍ଗ ଓ ବୟସ୍କ ମାନେ ଡିବିରି ଓ ଲଣ୍ଠନ ଲଗାଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ବିଶେଷ କରି ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ, ଅନ୍ଧାରରେ ଜୀବନଯାପନ ଓ ସୌଭାଗ୍ୟ ଯୋଜନାରୁ ବଞ୍ଚିତ ହୋଇ ଏମାନେ ଏଭଳି ପଦକ୍ଷେପ ନେଇଥିବା ବେଳେ ଯଥାଶୀଘ୍ର ଗାଁକୁ ବିଦ୍ୟୁତ ସଂଯୋଗ ପାଇଁ ବ୍ୟବସ୍ଥା କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏମାନେ ଧାରଣାରୁ ଉଠିବେ ନାହିଁ ବୋଲି ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details