ଓଡିଶା

odisha

ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ, ପ୍ରତିବାଦରେ ରାସ୍ତାରୋକ - ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଚାଷୀ ମୃତ୍ୟୁ

ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଚାଲିଗଲା ଜଣେ ଚାଷୀଙ୍କ ଜୀବନ। ପ୍ରତିବାଦରେ କଟକ-ଚାନ୍ଦବାଲି ରାସ୍ତାର ଚନ୍ଦନପୁରଠାରେ ରାସ୍ତାରୋକ ।

ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଜଣେ ଚାଷୀ ମୃତ, ପ୍ରତିବାଦରେ ରାସ୍ତା ରୋକ

By

Published : Nov 23, 2019, 3:58 AM IST

କେନ୍ଦ୍ରାପଡ଼ା: ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଚାଲିଗଲା ଜଣେ ଚାଷୀଙ୍କ ଜୀବନ । ପ୍ରତିବାଦରେ କଟକ-ଚାନ୍ଦବାଲି ରାସ୍ତାର ଚନ୍ଦନପୁରଠାରେ ରାସ୍ତା ରୋକ । ଶୁକ୍ରବାର ଅପରାହ୍ନରେ ବରୁଣା ଗାଁର ପ୍ରଭାତ ବେହେରା ନିଜ ବାଡିପଟେ ଥିବା ଚାଷଜମିକୁ ଯାଇଥିବା ବେଳେ ମୁଣ୍ଡ ଉପରେ ଯାଇଥିବା 11 କେଭି ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଲା । ଏହାର ପ୍ରତିବାଦରେ ପରିବାର ଲୋକଙ୍କ ସମେତ ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ ।

ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ଜଣେ ଚାଷୀ ମୃତ, ପ୍ରତିବାଦରେ ରାସ୍ତା ରୋକ

ସୂଚନାନୁଯାୟୀ, ଜିଲ୍ଲାର ବିଦ୍ୟୁତ ବଣ୍ଟନ ଦାୟିତ୍ବରେ ଥିବା ସରକାରୀ ସଂସ୍ଥା ସେସୁ ଓ ଘରୋଇ ଏନଜେନ କମ୍ପାନୀ ପ୍ରତ୍ୟେକ ମାସରେ ଟଙ୍କା ଆଦାୟ କରୁଥିବା ବେଳେ ବିଦ୍ୟୁତ ତାରର ରକ୍ଷଣାବେକ୍ଷଣ ଓ ଏହାର ମେଣ୍ଟେନାନ୍ସ ନ ହୋଇପାରିବାରୁ ଅନେକ ସମୟରେ ଦେଖାଯାଇଥାଏ ଦୁର୍ଘଟଣା । ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ପ୍ରଭାତ ବେହେରାଙ୍କର ଚାଲିଗଲା ଜୀବନ । ସେପଟେ ଘଟଣାର ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ଶବ ବ୍ୟବଚ୍ଛେଦ ପରେ ପୁନର୍ବାର ପରିବାର ଓ ଗାଁ ଲୋକଙ୍କ ଦ୍ବାରା ମୃତଦେହକୁ ଉକ୍ତ ସ୍ଥାନରେ ରଖାଯାଇଛି । ମୃତକଙ୍କ ପରିବାରକୁ 10ଲକ୍ଷ ଟଙ୍କାର ସହାୟତା, ପରିବାରର ଜଣଙ୍କୁ ଚାକିରୀ ଦାବି କରି ରାସ୍ତା ଅବରୋଧ ଜାରି ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ ଦେ ପହଞ୍ଚି ଉତ୍ତ୍ୟକ୍ତ ରାସ୍ତା ଅବରୋଧକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ରୋକଠୋକ ଶୁଣାଇଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details