କେନ୍ଦ୍ରାପଡା: ପରକୀୟା ସମ୍ପର୍କକୁ ନେଇ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମଳିଛି କେନ୍ଦ୍ରାପଡା ଜମ୍ବୁ ସାମୁଦ୍ରିକ ଥାନା ଅଧିନ ଦକ୍ଷିଣ ଜମ୍ବୁ ଗାଁରେ । ଦୁଇ ଦୁଇଟି ସନ୍ତାନର ଜନନୀ ହୋଇଥିଲେ ସୁଦ୍ଧା ପର ପୁରୁଷ ସହ ସମ୍ପର୍କ ପାଇଁ ନିଜ ମଥାର ସିନ୍ଦୁର ପୋଛିଲା ସ୍ତ୍ରୀ ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ପରିବାରବର୍ଗ ଓ ଗ୍ରାମବାସୀଙ୍କ ଦ୍ଵାରା ନ୍ୟାୟ ଦାବିରେ ଧାରଣା ଦିଆଯାଇଥିବା ବେଳେ ସ୍ବାମୀର ମୃତଦେହ ଆଜକୁ ୪ଦିନ ଧରି ପଡି ରହିଥିବା ନେଇ ସୂଚନା ମିଳିଛି ।
ଅଭିଯୋଗ ଅନୁଯାୟୀ, ଜମ୍ବୁ ଗ୍ରାମର ସୌମେନ୍ଦ୍ର ମଣ୍ଡଳଙ୍କ ପୁଅ ହେଉଛନ୍ତି ରାମକୃଷ୍ଣ ମଣ୍ଡଳ । ୬ବର୍ଷ ତଳେ ପ୍ରେମବିବାହ କରିଥିଲେ । ତେବେ ପରିବାରରେ ମନୋମାଳିନ୍ୟ କାରଣରୁ ରାମକୃଷ୍ଣ ନିଜ ପତ୍ନୀଙ୍କୁ ଧରି ଅନ୍ୟ ଏକ ସ୍ଥାନରେ ଘର କରି ରହୁଥିଲେ । ତେବେ ଏହି ସମୟରେ ରାମକୃଷ୍ଣଙ୍କ ପତ୍ନୀ ଦୁଇଟି ସନ୍ତାନ ଜନ୍ମ କରିଥିଲେ । ମାତ୍ର ନିଜ ଭିଣୋଇ ସହିତ ପରକୀୟା ସମ୍ପର୍କରେ ଥିଲେ ରାମକୃଷ୍ଣଙ୍କ ପତ୍ନୀ । ଏହାକୁ ନେଇ ଉଭୟ ପତି ପତ୍ନୀଙ୍କ ଭିତରେ ଅନେକ ସମୟରେ କଳିଝଗଡ଼ା ଲାଗି ରହୁଥିଲା । ତେବେ ସବୁଦିନ ପାଇଁ ରାସ୍ତାରୁ ରାମକୃଷ୍ଣଙ୍କୁ ହଟାଇ ଦେବା ଉଦ୍ଦେଶ୍ୟରେ ଗତ ୧୧ ତାରିଖ ଦିନ ରାମକୃଷ୍ଣଙ୍କ ଖାଇବାରେ ପତ୍ନୀ ବିଷ ଦେଇ ମାରି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଏନେଇ ଜମ୍ବୁ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି ସୌମେନ୍ଦ୍ର । ସେପଟେ ପତି ହନ୍ତା ପତ୍ନୀ ଓ ସହଯୋଗୀଙ୍କୁ ଗିରଫ ଦାବିରେ ରାସ୍ତାରୋକ ଜାରି ରହିଛି । ଏଥିଯୋଗୁଁ ଆଜକୁ ୪ଦିନ ହେଲା ରାମକୃଷ୍ଣଙ୍କ ମୃତଦେହ ଘରେ ପଡି ରହିଛି । ତେବେ ରାମକୃଷ୍ଣଙ୍କ ମୃତଦେହ ନିକଟରେ ପତ୍ନୀ ବସି ରହିଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ:ପ୍ରେମର ବାଟରେ କଣ୍ଟା ସାଜିଲା ସ୍ବାମୀ, ବିଷ ଦେଇ ହତ୍ୟା କଲା ସ୍ତ୍ରୀ !