ଓଡିଶା

odisha

By

Published : Jul 27, 2022, 10:44 AM IST

Updated : Jul 27, 2022, 12:19 PM IST

ETV Bharat / state

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ, 3 ଦିନ ପରେ ନେଇଥାନ୍ତେ ଅବସର

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସଞ୍ଜୀବ ସିଂଙ୍କୁ ଧରିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ଭିଜିଲାନ୍ସ ପଞ୍ଝାରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ, ଟ୍ରାନ୍ସଫର୍ କରାଇବା ପାଇଁ ନେଉଥିଲେ ଲାଞ୍ଚ
ଭିଜିଲାନ୍ସ ପଞ୍ଝାରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ, ଟ୍ରାନ୍ସଫର୍ କରାଇବା ପାଇଁ ନେଉଥିଲେ ଲାଞ୍ଚ

କେନ୍ଦ୍ରାପଡା:ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସଞ୍ଜୀବ ସିଂଙ୍କୁ ଧରିଲା ଭିଜିଲାନ୍ସ । ଆଜି(ବୁଧବାର) ତିନିମୁହାଁଣ ଘରୁ ସଞ୍ଜୀବଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ ।

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ

ସୂଚନାଅନୁସାରେ, ଶିକ୍ଷା ବିଭାଗର ଜଣେ ପିଅନ ସନ୍ତୋଷ କୁଣ୍ଡୁଙ୍କ ଠାରୁ ଟ୍ରାନ୍ସଫର୍ କରାଇବାକୁ ଲାଞ୍ଚ ନେବା ବେଳେ କଟକ ଓ କେନ୍ଦ୍ରାପଡା ଭିଜିଲାନ୍ସର ଟିମ ଅତର୍କିତ ଚଢାଉ କରିଥିଲେ । କଟକ ଭିଜିଲାନ୍ସ ବିଭାଗ ସଞ୍ଜୀବ ସିଂଙ୍କ ବିରୁଦ୍ଧରେ 42/2022 US 7pc ଆମାଡ଼ମେଣ୍ଟ ଆକ୍ଟ 2018ରେ କେସ ରେଜିଷ୍ଟର କରିଥିବା ସୂଚନା ରହିଛି ।ସଞ୍ଜୀବଙ୍କ ଭଡା ଘର ସମେତ କଟକ ସ୍ଥିତ ଘର, ବାଲେଶ୍ୱର ସ୍ଥିତ ପୈତୃକ ଘରେ ଏକକାଳୀନ ରେଡ କରୁଛି ଭିଜିଲାନ୍ସ । ତେବେ ଆଗାମୀ ୩୦ ତାରିଖରେ ଆବସର ନେଇଥାନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂ ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Jul 27, 2022, 12:19 PM IST

ABOUT THE AUTHOR

...view details