କେନ୍ଦ୍ରାପଡା:ସଡକ ଦୁର୍ଘଟଣାରେ ୨ ଯୁବକ ମୃତ । କେନ୍ଦ୍ରାପଡା ୫୩ନଂ ଜାତୀୟ ରାଜପଥ ଅନ୍ତର୍ଗତ ଖମରପଡା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।
ସୂଚନାନୁଯାୟୀ,ଆଜି ଅପରାହ୍ନରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ଖମରପଡା ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ମୃତ୍ୟୁବରଣ କରିଛନ୍ତି । ପୋଲିସର ପ୍ରାଥମିକ ତଦନ୍ତରୁ ଯୁବକ ଦୁଇଜଣ ପାଟକୁରା ଥାନା ଅନ୍ତର୍ଗତ ସିଂହାଳ ଗାଁର ବୋଲି ଜଣାପଡିଛି । ଉଭୟ ଏକ ଘରୋଇ କମ୍ପାନୀରେ କାମ କରୁଥିବା ସୂଚନା ମିଳିଛି।