ଓଡିଶା

odisha

ଡଙ୍ଗାରେ ବସି ଭିତରକନିକା ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

By

Published : Jan 24, 2021, 1:10 PM IST

କେନ୍ଦ୍ରମନ୍ତ୍ରୀ ଏକ ଖୋଲା ଡଙ୍ଗାରେ ଡାଙ୍ଗମାଳସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ବୁଲି ପ୍ରକୃତିକୁ ଉପଭୋଗ କରିବା ସହ ସର୍ବପୁରାତନ ଜୟଦୁର୍ଗା ମନ୍ଦିର ଦର୍ଶନ କରି ମା'ଙ୍କ ଆଶିଷ ଭିକ୍ଷା କରିଛନ୍ତି ।

ଭିତରକନିକା ବୁଲି ଦେଖୁଛନ୍ତି ଧର୍ମେନ୍ଦ୍ର
ଭିତରକନିକା ବୁଲି ଦେଖୁଛନ୍ତି ଧର୍ମେନ୍ଦ୍ର

କେନ୍ଦ୍ରାପଡା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡାଙ୍ଗମାଳ ଗସ୍ତ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡଙ୍ଗାରେ ବସି ଭିତରକନିକା ଜାତୀୟ ଉଦ୍ୟାନକୁ ବୁଲି ଦେଖିଛନ୍ତି।

ଭିତରକନିକା ବୁଲି ଦେଖୁଛନ୍ତି ଧର୍ମେନ୍ଦ୍ର

ଆଜି(ରବିବାର) ସକାଳୁ କେନ୍ଦ୍ରମନ୍ତ୍ରୀ ଏକ ଖୋଲା ଡଙ୍ଗାରେ ଡାଙ୍ଗମାଳସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ବୁଲି ପ୍ରକୃତିକୁ ଉପଭୋଗ କରିବା ସହ ବଉଳା କୁମ୍ଭୀର ଓ ଏଠାକାର ସର୍ବପୁରାତନ ଜୟଦୁର୍ଗା ମନ୍ଦିର ଦର୍ଶନ କରି ମା'ଙ୍କ ଆଶିଷ ଭିକ୍ଷା କରିଛନ୍ତି ।

ଏଠାକାର ଲୋକେ କେନ୍ଦ୍ରମନ୍ତ୍ରୀଙ୍କୁ ବହୁତ ଭଲ ପାଇବା ଦେଇଥିବାରୁ ସେମାନଙ୍କ ନିକଟରେ ସେ ଚିର ଋଣୀ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଧର୍ମେନ୍ଦ୍ର। ଏଥିସହ ଏକ କର୍ମୀ ଓ ସାଧାରଣ ସଭାରେ ଯୋଗଦେଇ ଧର୍ମେନ୍ଦ୍ର କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଉଥିବା ବହୁମୁଖୀ ଯୋଜନା ଉପରେ ମତ ରଖିଥିଲେ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details