କେନ୍ଦ୍ରାପଡ଼ା:ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ ତିନି ଦିନିଆ ଗସ୍ତରେ ଆସି ଶନିବାର କେନ୍ଦ୍ରାପଡାରେ ପହଞ୍ଚିଛନ୍ତି । କେନ୍ଦ୍ରମନ୍ତ୍ରୀ ଏଠାରେ ପହଁଞ୍ଚିବା ପରେ ତିନିମୁହାଣୀ ଠାରେ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେ ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଭେଟିବା ସହିତ ତୃଣମୂଳ ସ୍ତରରେ କେନ୍ଦ୍ର ସରକାରଙ୍କ ଯୋଜନାର ଯଥାର୍ଥ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ l
ଏହି ଅବସରରେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କେନ୍ଦ୍ର ମନ୍ତ୍ରୀ ନିଶିଥ ପରମାଣିକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟକାରିତା ଏବଂ ହିତାଧିକାରୀଙ୍କ ସନ୍ତୁଷ୍ଟିକୁ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ତେବେ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ବରିଷ୍ଠ ବିଜେପି ନେତା ଭୁବନ ମୋହନ ଜେନା, ବିଷ୍ଣୁ ଦାସ ପ୍ରମୁଖ ଯୋଗଦେଇଥିଲେ।
ଖେଲୋ ଇଣ୍ଡିଆ ଯୋଜନାରେ କେନ୍ଦ୍ରାପଡା ଜିଲ୍ଲାରେ ସ୍ପୋର୍ଟସ ହଷ୍ଟେଲ ପାଇଁ ରାଜ୍ୟ ସରକାର ଆବେଦନ କଲେ କେନ୍ଦ୍ର ସରକାର ଏହା ଉପରେ ବିଚାର କରିବେ ବୋଲି କହିଥିଲେ । ଏହାସହ ଲୋକମାନଙ୍କ ସହ ଯୋଡ଼ିହେବା ପାଇଁ ପ୍ରଧାନମନ୍ତ୍ରୀଙ୍କର ଏହି ପ୍ରବାସ ଯୋଜନାର ନିର୍ଦ୍ଦେଶ ସମସ୍ତ ମନ୍ତ୍ରୀଙ୍କ ପାଇଁ ଏକ ଆନନ୍ଦର ବିଷୟ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।