ଓଡିଶା

odisha

ETV Bharat / state

ଅକ୍ଷୟ ତୃତୀୟା ଅବସରରେ ଜମିରେ ଚାଷ ଅନୁକୁଳ କଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର - ଆଜି ପବିତ୍ର ଅକ୍ଷୟ ତୃତୀୟା

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବେଲତଳର ଚୂନଢିଅରେ ଭାରତ ସରକାରଙ୍କ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି । ଅଧିକ ପଢନ୍ତୁ

union minister bisheshwar tudu
union minister bisheshwar tudu

By

Published : Apr 23, 2023, 10:15 PM IST

union minister bisheshwar tudu

କେନ୍ଦ୍ରାପଡା: ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବାସ ରହିଛି ଆଜିର ଦିନରେ ଯେଉଁ କାର୍ଯ୍ୟ କରିବେ ତାହା ସୁରୁଖୁରୁରେ ହୋଇଥାଏ । ତେଣୁ ଏହି ଦିନକୁ ଶୁଭଦିନ ବୋଲି କୁହାଯାଏ । ଏଭଳି ମାନସିକତା ନେଇ ଓଡ଼ିଆ ଘରର ଚଷା ପୁଅମାନେ ଆଜି ଆରମ୍ଭ କରିଛନ୍ତି ଚାଷ କାମ । ହିନ୍ଦୁ ପର୍ବପର୍ବାଣୀ ମଧ୍ୟରେ ଅକ୍ଷୟ ତୃତୀୟା ଏକ କୃଷିଭିତ୍ତିକ ପର୍ବ । ଦିନ, ବାର, ନକ୍ଷତ୍ର, ମୁହୂର୍ତ୍ତ, ଲଗ୍ନ ବିଚାରରେ ଏହି ତିଥିରେ ସମସ୍ତ ମାଙ୍ଗଳିକ କାର୍ଯ୍ୟ କରାଯାଇଥାଏ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବେଲତଳର ଚୂନଢିଅରେ ଭାରତ ସରକାରଙ୍କ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଏହି ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ।

କୃଷିଭିତ୍ତିକ ପର୍ବ ଅକ୍ଷୟ ତୃତୀୟାରେ ଅଖି ମୁଠି ବୁଣି ଚାଷ କାର୍ଯ୍ୟ ଆରମ୍ଭ କରାଯାଇଥାଏ । ଏହିଦିନ ମାଆ ବସୁମତିକୁ ସ୍ମରଣ କରାଯାଇ ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କରି ଚାଷ କାର୍ଯ୍ୟକୁ ଶୁଭ ଅନୁକୂଳ କରାଯାଇଥାଏ । ପୂଜାର୍ଚ୍ଚନା ପରେ ଅଖି ମୁଠି ବୁଣି ହଳ ବୁଲାଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ମନ୍ତ୍ରୀ । ଏଥିରେ ଭାରତୀୟ ଜନତା ପାର୍ଟିର ବରିଷ୍ଟ ନେତା , କର୍ମୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ତେବେ ଚାଷ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ କୋଟିକୋଟି ଟଙ୍କା ଦେଉଥିବା ବେଳେ ଏହାକୁ ସଠିକ ବିନିଯୋଗ ରାଜ୍ୟ କରିପାରୁ ନଥିବା ନେଇ ଏହି ଅବସରରେ କହିଛନ୍ତି ମନ୍ତ୍ରୀ ।

ସେହିପରି ସରକାର ଗଢିବା ଦିନରୁ ହିଁ ମୋଦି ସରକାର କୃଷକ ଓ କୃଷି ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଫସଲବୀମା ସହ କୃଷକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇ ଆସିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ କୃଷି ବିଜ୍ଞାନ କେନ୍ଦ୍ରରେ ୯ବି ବ୍ଲକରୁ ଅନ୍ୟୁନ ୧୦୦ ଜଣ ଚାଷୀଙ୍କୁ ନେଇ କେନ୍ଦ୍ର ପରିସରରେ ଥିବା ଚାଷ ଜମିରେ ଅଖି ମୁଠି ଅନୁକୂଳ କରାଯାଇଛି । ପ୍ରତ୍ୟେକ ଥର ନୂତନ କିସମର ଧାନ ଚାଷ କରି ଜିଲ୍ଲାର ଚାଷୀମାନେ ନିଜର ପରାକାଷ୍ଠା ଦେଖାଇଥିବା ବେଳେ ଚଳିତ ବର୍ଷ ଚାଷ ଖୁବ ଭଲ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ।

ପ୍ରକାଶ ଥାଉକି, ଆଜିର ଏହି ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ସ୍ଥିତ ଓୟୁଏଟି ଫାର୍ମରେ ଭୂମି ପୂଜନ ସହ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଅଖିମୁଠି ଅନୁକୂଳ ସହ ହଳ ବୁଲେଇ ଥିଲେ । ଚାଷୀ ଲଙ୍ଗଳ କଣ୍ଟାରେ ସମ୍ପୂର୍ଣ୍ଣ ଜମିକୁ ହଳ କରି ବିହନ ବୁଣିଥିଲେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସହ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଓୟୁଏଟି କ୍ୟାମ୍ପସ ଠାରେ ଏକ କୃଷକ ମେଳାର ମଧ୍ୟ ଆୟୋଜନ ହୋଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details