ଓଡିଶା

odisha

ETV Bharat / state

ବଦମାସ ମଉସା; ଚାକିରି ଦେବାକୁ ନେଇ ପୁତୁରାକୁ ମାରିଦେବାକୁ କରିଥିଲା ଉଦ୍ୟମ - tuncle tried to kill his nephew by giving a job

ଚାକିରି ଦେବା ନାଁରେ ପୁତୁରାକୁ ବିଭିନ୍ନ ପ୍ରକାରର ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଲା ମଉସା । ଥାନାରେ ମାମଲା ରୁଜୁ । ଅଧିକ ପଢନ୍ତୁ...

ବଦମାସ ମଉସା; ଚାକିରି ଦେବାକୁ ନେଇ ପୁତୁରାକୁ ମାରିଦେବାକୁ କରିଥିଲା ଉଦ୍ୟମ
ବଦମାସ ମଉସା; ଚାକିରି ଦେବାକୁ ନେଇ ପୁତୁରାକୁ ମାରିଦେବାକୁ କରିଥିଲା ଉଦ୍ୟମ

By

Published : Oct 7, 2020, 9:37 AM IST

କେନ୍ଦ୍ରାପଡା: ମଉସାଙ୍କ ସହିତ ଦାଦନ ଖଟିବାକୁ ଯାଇ ପାରିଶ୍ରମିକ ପାଇବା ବଦଳରେ ପାଇଲେ ନିର୍ଯ୍ୟାତନା। ଏହି ଘଟଣା ହେଉଛି ମହାକାଳପଡା ଥାନା ଅନ୍ତର୍ଗତ ଗୟାସପୁର ଗାଁର। ଅରୁଣ ରାଉତଙ୍କ ପୁଅ ରଞ୍ଜିତ ପାଠପଢା ସାରି ଚାକିରି ଅନ୍ବେଷଣରେ ନିଜ ସମ୍ପର୍କୀୟ ମଉସାଙ୍କ ସାଙ୍ଗରେ ହାଇଦ୍ରାବାଦ ଯାଇଥିଲେ। ମିଥାପୁର ଥାନା ବେଗମପେଟ ଠାରେ ରଞ୍ଜିତ ଇଞ୍ଜିନିୟରିଂରେ କାମ କରୁଥିଲେ। ଗୋଟିଏ ମାସ ପରେ ରଞ୍ଜିତଙ୍କୁ ସାଙ୍ଗରେ ନେଇଥିବା ମଉସା ବିଭିନ୍ନ ପ୍ରକାରର ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ସହିତ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥୁବା ଯୁବକଙ୍କ ବାପା ମହାକାଳପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବଦମାସ ମଉସା; ଚାକିରି ଦେବାକୁ ନେଇ ପୁତୁରାକୁ ମାରିଦେବାକୁ କରିଥିଲା ଉଦ୍ୟମ

ରଞ୍ଜିତଙ୍କ ପିତାଙ୍କ ଅଭିଯୋଗ ମୁତାବକ, ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ଶଙ୍ଖାରୁ ଗାଁର ଶ୍ରୀନିବାସ ପାଣିଗ୍ରାହୀ ତାଙ୍କୁ କାମରେ ଲଗାଇ ଦେବାକୁ କହି ସାଥିରେ ହାଇଦ୍ରାବାଦ ନେଇଯାଇଥିଲେ । ଶ୍ରୀନିବାସଙ୍କର ହାଇଦ୍ରାବାଦରେ ନିଜସ୍ବ କମ୍ପାନୀ ରହିଛି। ଯେଉଁଥିରେ ସେ ରଞ୍ଜିତଙ୍କୁ କାମରେ ଲଗାଇଥିଲେ। ଦୀର୍ଘ 4 ମାସ ଧରି ରଞ୍ଜିତ ସେଠାରେ କାମ କରୁଥିଲେ ମାତ୍ର ମଉସା ଶ୍ରୀନିବାସ ତାଙ୍କୁ ଦରମାର ଅଧା ଟଙ୍କା ଦେଉଥିଲେ। ରଞ୍ଜିତ ବାଧ୍ୟ ହୋଇ ଅନ୍ୟ ଏକ କମ୍ପାନୀରେ ଯାଇ କାମ କରିଥିଲେ। କିନ୍ତୁ ଶ୍ରୀନିବାସ ଏଥିରେ ଇର୍ଷାନ୍ବିତ ହୋଇ ଗୁଣ୍ଡା ମାନଙ୍କ ସାହାଯ୍ୟରେ ରଞ୍ଜିତଙ୍କ ଗୋଡ ହାତ ବାନ୍ଧି ପ୍ରବଳ ମାଡମାରି ଗୋଟିଏ କୋଠରୀରେ ଆବଦ୍ଧ କରି ରଖିଥିଲେ। କିନ୍ତୁ ରଞ୍ଜିତ କୌଶଳକ୍ରମେ ସେଠାରୁ ଟେଲିଫୋନ ଯୋଗେ ବାପାଙ୍କୁ ଜଣାଇଥିଲେ।

ଖବରପାଇ ବାପା ଅରୁଣ ସଙ୍ଗେ ସଙ୍ଗେ ହାଇଦ୍ରାବାଦ ଯାଇ ନିଜ ପୁଅକୁ ଉଦ୍ଧାର କରି ଘରକୁ ଆଣିଥିଲେ। ଏହାପରେ ମଙ୍ଗଳବାର ମହାକାଳପଡା ଥାନାରେ ଲିଖିତ ଅଭିଯୋଗ କରିବା ସହିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ମଧ୍ୟ କରିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details