ଓଡିଶା

odisha

By ETV Bharat Odisha Team

Published : Aug 24, 2023, 4:56 PM IST

ETV Bharat / state

ଚନ୍ଦ୍ରଯାନ-3 ମିଶନରେ ଓଡ଼ିଆ ପୁଅଙ୍କ କମାଲ, ସୁଶୀଲ ଓ ଶୁଭାଶିଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଚନ୍ଦ୍ରଯାନ-3 ସଫଳତାର ସହ ଚନ୍ଦ୍ରରେ ଅବତରଣ କରିଥିବାବେଳେ ଏହି ମିଶନରେ କାମ କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ାର ସୁଶୀଲ ଓ ଶୁଭାଶିଷ । ଉଭୟଙ୍କୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ଅଧିକ ପଢନ୍ତୁ

ଚନ୍ଦ୍ରଯାନ ମିଶନରେ 2 ଓଡିଆଙ୍କ କମାଲ
ଚନ୍ଦ୍ରଯାନ ମିଶନରେ 2 ଓଡିଆଙ୍କ କମାଲ

ଚନ୍ଦ୍ରଯାନ ମିଶନରେ 2 ଓଡିଆଙ୍କ କମାଲ

କେନ୍ଦ୍ରାପଡ଼ା:ସଫଳ ହୋଇଛି ଭାରତର ଚନ୍ଦ୍ରଯାନ-3 ମିଶନ । ବୁଧବାର ଚନ୍ଦ୍ରଯାନ-3 ସଫଳତାର ସହ ଚନ୍ଦ୍ରରେ ଅବତରଣ କରିଛି। ଇସ୍ରୋର ବୈଜ୍ଞାନିକମାନଙ୍କୁ ଏହାର ସମସ୍ତ ଶ୍ରେୟ ଦିଆଯାଇଥିବାବେଳେ ଏହି ସଫଳତାର ଏକ ଅଂଶ ସାଜିଛନ୍ତି ଓଡ଼ିଆ ପୁଅ । କେନ୍ଦ୍ରାପଡ଼ା ଜିଲ୍ଲାର 2 ଜଣଙ୍କୁ ନେଇ ଗର୍ବ ଅନୁଭବ କରୁଛି ଜିଲ୍ଲା । ଖାଲି ଜିଲ୍ଲା ନୁହେଁ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କେନ୍ଦ୍ରପଡ଼ାର ଏହି 2 ପୁଅ ସୁଶୀଲ ଓ ଶୁଭାଶିଷ ।

ସୂଚନା ଅନୁସାରେ, ଇସ୍ରୋରେ ବୈଜ୍ଞାନିକ ସୁଶୀଲ କୁମାର ନାୟକ ଫ୍ଲାଇଙ୍ଗ ଜୋନ୍‌ରେ କାର୍ଯ୍ଯ ଭାର ନେଇ ଗତକାଲି ସଫଳ ହୋଇଛନ୍ତି । ଯାହା କେନ୍ଦ୍ରାପଡ଼ା ତଥା ସାରା ଓଡିଶା ପାଇଁ ଗୌରବର ବିଷୟ ପାଲଟିଛି । ତେବେ ସୁଶୀଲ ପଟ୍ଟାମୁଣ୍ଡାଇ ବ୍ଲକର ବାଲିଆ ଗ୍ରାମରେ ହୋଇଥିବାବେଳେ ତାଙ୍କ ପିତାଙ୍କ ନାମ ମୂରଲୀଧର ନାୟକ ।

2009 ମସିହାରୁ ଦୀର୍ଘ 14 ବର୍ଷ ଧରି ସେ ଇସ୍ରୋ, ଶ୍ରୀହରିକୋଟା ଆନ୍ଧ୍ରରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ତାଙ୍କର ପ୍ରମୋସନ ହେବା ପରେ ସେ ଚନ୍ଦ୍ରଯାନ ନିର୍ମାଣ କରୁଥିବା ବୈଜ୍ଞାନିକଙ୍କ ଟିମ୍‌ରେ ସାମିଲ ହୋଇଥିଲେ । ଚନ୍ଦ୍ରଯାନ-3 ନିର୍ମାଣରେ ଗୁରୁ ଦାୟିତ୍ବ ତୁଲାଇଥିଲେ କେନ୍ଦ୍ରାପଡ଼ାର ପୁଅ ସୁଶୀଲ କୁମାର ନାୟକ । ତେବେ ଜଣେ ମଧ୍ୟବିତ୍ତ ପରିବାରର ପିଲା ଆଜି କେନ୍ଦ୍ରାପଡ଼ା ସମେତ ସମଗ୍ର ଓଡିଶା ପାଇଁ ଗର୍ବ ଆଣି ଦେବା ବିଷୟକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ସୁଶୀଲଙ୍କ ଜନ୍ମଭୂମି କେନ୍ଦ୍ରାପଡ଼ା ଓ ପରିବାର ଲୋକଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି ।

ଏହା ବି ପଢନ୍ତୁ...Chandrayaan-3: ଇସ୍ରୋ ମୁନ ମିଶନର ପରଦା ପଛର ହିରୋ, ଏମାନଙ୍କର ରହିଥିଲା ଉଲ୍ଲେଖନୀୟ ଅବଦାନ

ସେହିପରି ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଏହି ଅଭିଯାନରେ ସାମିଲ ଥିବା ISROରେ ଟେକ୍ନିସିଆନ ଭାବେ କାର୍ଯ୍ୟରତ ଶୁଭାଶିଷ ନାୟକଙ୍କ ନିକଟକୁ ମଧ୍ୟ ପ୍ରଶଂସାର ସୁଅ ଛୁଟୁଛି। ଶୁଭାଶିଷଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ମୁକୁନ୍ଦପୁର ଗାଁରେ ହୋଇଥିବାବେଳେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।

ସେପଟେ ବିଜେପି ପ୍ରବକ୍ତା ତେଜେଶ୍ୱର ପରିଡା ଶୁଭାଶିଷଙ୍କ ବାସଭବନରେରେ ପହଞ୍ଚି ତାଙ୍କ ପିତା ମଳୟ ନାୟକ ଓ ମାତା ନିର୍ମଳା ନାୟକଙ୍କ ସମେତ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଖୁସିର ଉତ୍ସବ ପାଳନ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ମୁକୁନ୍ଦପୁର ଗାଁରେ ଗତ ସନ୍ଧ୍ୟାରେ ବିଜେପି ପ୍ରବକ୍ତା ତେଜେଶ୍ୱର ପରିଡା ପହଞ୍ଚି ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details