କେନ୍ଦ୍ରାପଡା:ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଭାରିଗୋଳ ଗ୍ରାମର ଦୁଇ ନାବାଳକ ନିଖୋଜ ଅଛନ୍ତି । 4 ଦିନ ହେବ ଦୁଇଜଣଙ୍କର କୌଣସି ଖୋଜ ଖବର ମିଳୁନାହିଁ । ଦୁଇଜଣ ଛାତ୍ର ନିଖୋଜ ଘଟଣାକୁ ନେଇ କେନ୍ଦ୍ରାପଡ଼ାରେ ଚଞ୍ଚଲ୍ୟ ଖେଳି ଯାଇଛି । ଗୋଟିଏ ଦିନରେ ଏକ ସଙ୍ଗରେ ଦୁଇ ନାବାଳକ ସ୍କୁଲ ଯିବା ବାଟରୁ ନିଖୋଜ ହୋଇଛନ୍ତି ଦୁଇ ନାବାଳକ ସ୍କୁଲ ଛାତ୍ର । ଘଟଣାକୁ ନେଇ ଏକ ବିଜେପି ନେତା ନିଖୋଜ ନାବାଳକଙ୍କ ପରିବାରକୁ ଭେଟିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଭାରିଗୋଳ ଗ୍ରାମର 13 ବର୍ଷୀୟ ଶୁଭଙ୍କର ମଳିକ ଓ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦକ୍ଷିଣଖଣ୍ଡ ଭୋଳ ଗ୍ରାମର 13 ବର୍ଷୀୟ ସୋନୁ ମଳିକ ନିଖୋଜ ଅଛନ୍ତି । ଗତ ଶୁକ୍ରବାର ଅର୍ଥାତ ସେପ୍ଟେମ୍ବର 8 ତାରିଖରୁ ଉଭୟ ଘରୁ ସ୍କୁଲ ଯିବାକୁ ବାହାରିଥିଲେ । ସେମାନେ ପଢ଼ୁଥିବା ହରିଅଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ନଥିଲେ । ବିଦ୍ୟାଳୟ ଛୁଟି ହେବାର ବହୁ ବିଳମ୍ବ ପରେ ଉଭୟ ଛାତ୍ର ଶୁଭଙ୍କର ଓ ସୋନୁ ଘରେ ପହଞ୍ଚି ନଥିଲେ । ଏହା ପରେ ପରିବାର ଲୋକ ଦୁଇ ଛାତ୍ରଙ୍କୁ ଖୋଜାଖୋଜି ଆରମ୍ଭ ହୋଇଥିଲା । ଘର ଲୋକେ ଦୁହିଁଙ୍କୁ ଖୋଜାଖୋଜି କରି ନପାଇବାରୁ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଘଟଣାକୁ 4 ଦିନ ବିତିଥିଲେ ବି ଦୁଇ ନାବାଳକ ଛାତ୍ରଙ୍କର କୌଣସି ଖୋଜ ଖବର ମିଳିନାହିଁ ।
ଏହା ବି ପଢନ୍ତୁ...ନାବାଳକ ନରବଳି ଘଟଣା: ଭୟରେ ମୃତକଙ୍କ ପରିବାର, ସିବିଆଇ ତଦନ୍ତ ଦାବି କଲେ ବିଜେପି ନେତା