ଓଡିଶା

odisha

ETV Bharat / state

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, କୋର୍ଟଚାଲାଣ ହେଲେ ଦୁଇ ନାବାଳକ

କୁଦାନଗରୀ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଦୁଇ ନାବାଳକକୁ ବାନ୍ଧି କୋର୍ଟ ଚାଲାଣ କଲା ପୋଲିସ । ଅଧିକ ପଢନ୍ତୁ

By

Published : Mar 19, 2023, 1:03 PM IST

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ
ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ

କେନ୍ଦ୍ରାପଡା: ଜିଲ୍ଲାରେ ଲଜ୍ଜା । କୌଣସି କାମ ପାଇଁ ନାବାଳିକା ବାହାରକୁ ଯାଇଥିବା ବେଳେ ନାବାଳକର ଦୁଷ୍କର୍ମ ଉଦ୍ୟମ । ନାବାଳିକାକୁ ଦୁଇଜଣ ନାବାଳକ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । କୁଦାନଗରୀ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଅଭିଯୋଗ ପରେ ଦୁଇ ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଲା ପୋଲିସ । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଅଭିଯୁକ୍ତଙ୍କ ପରିବାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସୂଚନାନୁଯାୟୀ, କୁଦାନଗରୀ ଥାନା ଅଞ୍ଚଳର ଜଣେ ୮ ବର୍ଷୀୟା ନାବାଳିକା କୌଣସି ଏକ କାମ ପାଇଁ ବାହାରକୁ ଯାଇଥିଲା । ଏହି ସମୟରେ ଦୁଇଜଣ ନାବାଳକ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ନାବାଳିକା ଜଣକ ଅଭିଯୋଗ କରିଛନ୍ତି । ଏନେଇ ନାବାଳିକାର ମାଆ ଗତ ଶୁକ୍ରବାର ରାତିରେ କୁଦାନଗରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ କେନ୍ଦ୍ର କରି କୁଦାନଗରୀ ଥାନା ଅଧିକାରୀ 175/23ରେ ଏକ ମାମଲା ରୁଜ୍ଜୁ କରି ଅଟକ ରଖିଥିଲେ । ପୀଡିତା ନାବାଳିକା ଓ ତାଙ୍କ ମାଙ୍କ ବୟାନ ଆଧାରରେ ଅଭିଯୁକ୍ତମାନଙ୍କ ନାମରେ ପୋକ୍ସୋ ଆଇନ 8, ପିଙ୍ଗଳ କୋଡ଼ ଦଫା 6, 34 ଆଇପିସି, 354, 354(a), 354(b), 341, 242, 323, 294 ଦଫା ଲଗାଯାଇଛି । 2 ଜଣ ନାବାଳକଙ୍କୁ ଡାକ୍ତରୀ ମାଇନା କରାଯାଇ ଜୁଭେନାଇଲ ଜଷ୍ଟିସ କୋର୍ଟରେ ହାଜର କରାଯାଇଛି । କିନ୍ତୁ ନାବାଳକ ଦୁହିଁଙ୍କ ବାପା ତାଙ୍କ ପୁଅ ନାମରେ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବର୍ଷା ଆଣିଲା ଆଶ୍ବସ୍ତି: ଲିଭିଲା ଶିମିଳିପାଳ ନିଆଁ, ବର୍ଷାରେ ଭିଜି ଭିଜି ଭଗବାନଙ୍କୁ ଧନ୍ୟବାଦ ଦେଲେ ବନ କର୍ମଚାରୀ

ଏହା ମଧ୍ୟ ପଢନ୍ତୁ: Budget Session: ରାଜସ୍ବ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ଅସନ୍ତୁଷ୍ଟ ବିରୋଧି, ସୋମବାର ଯାଏଁ ଗୃହ ମୁଲତବୀ

ଏନେଇ କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କହିଛନ୍ତି, "ନାବାଳିକାକୁ ଉକ୍ତ ଗ୍ରାମର ହିଁ ଦୁଇଜଣ ନାବାଳକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ନେଇ ନାବାଳିକାର ମାଆ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ କୁଦାନଗରୀ ଥାନାରେ 175/23ରେ ଏକ ମାମଲା ରୁଜୁ ହୋଇଛି । ଦୁଇ ଅଭିଯୁକ୍ତ ମଧ୍ୟ ନାବାଳକ ଅଟନ୍ତି । ସେମାନଙ୍କୁ ଗିରଫ କରାଯାଇ ଡାକ୍ତରୀ ପରୀକ୍ଷା କରାଯାଇଛି । ପୀଡିତା ନାବାଳିକାର ମଧ୍ୟ ମେଡିକାଲ ଟେଷ୍ଟ କରାଯାଇଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।"

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details