କେନ୍ଦ୍ରାପଡା: ପାଟକୁରା ଦେଇ ପ୍ରବାହିତ ଚିତ୍ରୋତ୍ପଳା ନଦୀରେ ଗାଧୋଇବାକୁ ଯାଇ ଦୁଇ ଯୁବକଙ୍କ ସଲୀଳ ସମାଧି। ସୂଚନା ଅନୁଯାୟୀ କେନ୍ଦ୍ରାପଡାର ହାସନ ଅଲ୍ଲୀ ଓ ମୁମ୍ବାଇର ସାହିକ ଖାନ ଗୁରୁବାର ପାଟକୁରାସ୍ଥିତ ଏକ ମସଜିଦକୁ ଦର୍ଶନ କରିବା ପାଇଁ ଆସିଥିଲେ। ଶୁକ୍ରବାର ସକାଳୁ ଗାଧୋଇବାକୁ ପାଟକୁରା ନିକଟରେ ଥିବା ଏକ ଗାଧୁଆ ତୁଠକୁ ଯାଇଥିବା ବେଳେ ଗୋଡ ଖସିଯିବାରୁ ଉଭୟେ ଗଭୀର ପାଣିକୁ ଚାଲିଯାଇଥିଲେ ।
ଗାଧୋଇବାକୁ ଯାଇ ଚିତ୍ରୋତ୍ପଳା ନଦୀରେ ଦୁଇ ଯୁବକଙ୍କ ସଲୀଳ ସମାଧି - କେନ୍ଦ୍ରାପଡାରେ ଦୁଇ ଯୁବକଙ୍କ ସଲୀଳ ସମାଧି
ପାଟକୁରା ଦେଇ ପ୍ରବାହିତ ଚିତ୍ରୋତ୍ପଳା ନଦୀରେ ଗାଧୋଇବାକୁ ଯାଇ ଦୁଇ ଯୁବକଙ୍କ ସଲୀଳ ସମାଧି। ଅଧିକ ପଢନ୍ତୁ ...
![ଗାଧୋଇବାକୁ ଯାଇ ଚିତ୍ରୋତ୍ପଳା ନଦୀରେ ଦୁଇ ଯୁବକଙ୍କ ସଲୀଳ ସମାଧି kendrapara latest news, drown death in kendrapara, drown death in chitrotpala river, କେନ୍ଦ୍ରାପଡା ଲାଟେଷ୍ଟ ନ୍ୟୁଜ୍, କେନ୍ଦ୍ରାପଡାରେ ଦୁଇ ଯୁବକଙ୍କ ସଲୀଳ ସମାଧି, ଚିତ୍ରୋତ୍ପଳାରେ ଦୁଇ ଯୁବକଙ୍କ ସଲୀଳ ସମାଧି](https://etvbharatimages.akamaized.net/etvbharat/prod-images/768-512-6391138-thumbnail-3x2-kpr.jpg)
ଗାଧୋଇବାକୁ ଯାଇ ଚିତ୍ରୋତ୍ପଳା ନଦୀରେ ଦୁଇ ଯୁବକଙ୍କ ସଲୀଳ ସମାଧି
ଗାଧୋଇବାକୁ ଯାଇ ଚିତ୍ରୋତ୍ପଳା ନଦୀରେ ଦୁଇ ଯୁବକଙ୍କ ସଲୀଳ ସମାଧି
କିଛି ସମୟ ମଧ୍ୟରେ ଉଭୟେ ଗଭୀର ପାଣିରେ ନିଖୋଜ ହୋଇଯାଇଥିଲେ। ଫଳରେ ସେଠାରେ ଗାଧୋଉଥିବା ଅନ୍ୟ ଲୋକମାନେ ପାଟକୁରା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଉଭୟ ଯୁବକଙ୍କୁ ଉଦ୍ଧାର କରି ପାଟକୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ